ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ ! ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍, ଖଣ୍ଡନ କଲେ ଉଭୟ ଦେଶ

Published By : Prameya-News7 Bureau | January 06, 2023 IST

କାବୁଲ: ଆଫଗାନିସ୍ତାନରେ ପାକିସ୍ତାନ ଏୟାରଷ୍ଟ୍ରାଇକର ମିଛ ଖବର। ତହରିକ-ଏ-ତାଲିବାନ ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ ସେନା ଫାଇଟର ଜେଟ୍ ଆଟାକ୍ କରିଥିବା ଭାଇରାଲ ହେଉଛି । ଏନେଇ ଆଫଗାନିସ୍ତାନ ଗଣମାଧ୍ୟମ ଏକ ମିସାଇଲ୍ ବ୍ଲାଷ୍ଟର ଫଟୋ ସେୟାର କରିଛି । ଆଫଗାନୀ ସାମ୍ବାଦିକ ଓ ସମାଚାର ପତ୍ରର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର କୁନାର ଏବଂ ନାଙ୍ଗରହାର ପ୍ରାନ୍ତରେ ଏହି ହମଲା ହୋଇଛି । ଅନ୍ୟପଟେ ଏଭଳି ଖବରକୁ ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନର ସୁରକ୍ଷା ଅଧିକାରୀ ଖଣ୍ଡନ କରିଛନ୍ତି ।

ଗତ କିଛି ଦିନ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ।  ଆଫଗାନିସ୍ତାନରେ ତାଲିବାନ କ୍ଷମତା ଆସିବା ପରେ ଟିଟିପି ଆତଙ୍କବାଦୀ ସଂଗଠନ ପାକିସ୍ତାନ ଉପରେ ହମଲା କରୁଥିବା ଅଭିଯୋଗ ହୋଇଛି । ଏନେଇ ଆଫଗାନିସ୍ତାନ ଉପରେ ଆକ୍ରମଣର ଚରମବାଣୀ ଶୁଣାଇଛି ପାକିସ୍ତାନ । ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଟିଟିପି ଉପରେ ସୈନ୍ୟ ଅପରେସନ କରିବେ ବୋଲି ଚେତାବାନୀ ଦେଇଥିଲେ ।

ତେବେ ଗୁରୁବାର ଆଫଗାନିସ୍ତାନର ଜଣେ ପତ୍ରକାର ଆତଙ୍କୀ ସଂଗଠନ ଉପରେ ହମାଲ ହୋଇଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିରେ ପାକିସ୍ତାନର ଫାଇଟର ଜେଟ୍ ତହରିକ-ଏ-ତାଲିବାନ ପାକିସ୍ତାନ ସଂଗଠନ ଉପରେ ଆଟାକ୍ କରିଥିବାର କୁହାଯାଇଛି । ଅନ୍ୟପଟେ ଏହି ଏୟାରଷ୍ଟ୍ରାଇକ୍ ଖବରକୁ ଖାରଜ କରିଛନ୍ତି ଉଭୟ ଦେଶର ପ୍ରତିରକ୍ଷା ବିଶେଷଜ୍ଞ । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ଏହାକୁ ଭିତ୍ତିହୀନ ବୋଲି କହିଛି । ଏହା ଫର୍ଜି ଖବର, ଏହାକୁ ଭାଇରାଲ ନକରିବାକୁ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.