ଏୟାରଲାଇନ୍ସ କମ୍ପାନୀଙ୍କ ପାଇଁ ବଡ଼ ଖବର, ଏତିକି ଘଣ୍ଟା ପୂର୍ବରୁ ଏୟାରପୋର୍ଟ ପହଞ୍ଚିବାକୁ ପରାମର୍ଶ

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ, ୧୩/୧୨: ଦିଲ୍ଳୀ ଏୟାରପୋର୍ଟରେ ଯାତ୍ରୀଙ୍କ ଭିଡ଼କୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଦିଲ୍ଳୀ ଏବଂ ଅନ୍ୟ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଲମ୍ବା ସମୟ ଧରି ଅପେକ୍ଷା କରୁଥିବା ଅଭିଯୋଗକୁ ନେଇ ବିମାନ କମ୍ପାନୀମାନେ ଯାତ୍ରୀଙ୍କୁ ଶୀଘ୍ର ବିମାନ ବନ୍ଦରରେ ପହଞ୍ଚିବା, ଓ୍ବେବ୍ ଯାଞ୍ଚ କରିବା ଏବଂ ଶୀଘ୍ର କାମସାରିବା ପାଇଁ କେବଳ ଏକ ହ୍ୟାଣ୍ଡ୍‌ବ୍ୟାଗ୍ ନେବା ପାଇଁ କହିଛି।

ଦେଶର ସବୁଠୁ ବଡ଼ ଏୟାରଲାଇନ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଘରୋଇ ଉଡ଼ାଣ ପାଇଁ ୩.୫ ପୂର୍ବରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବାକୁ କହିଛି। ଏହାସହ ହାରାହାରି ୭ କେଜି ଓଜନର ସାମଗ୍ରୀ ନେବାକୁ କହିଛି। ନିକଟରେ ଗତ ସପ୍ତାହରେ ଦିଲ୍ଳୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବଢ଼ୁଥିବା ବିମାନ ଯାତାୟତ ଫଳରେ ଲମ୍ବା ଲାଇନ୍ ଏବଂ ଭିଡ଼ ଦେଖିବାକୁ ମିଳୁଛି।

ଅଧିକାରୀମାନେ ଏହି ସ୍ଥିତିରୁ ବାହାରିବା ପାଇଁ ବ୍ୟସ୍ତବହୁଳ ସମୟରେ ଉଡ଼ାଣ ସଂଖ୍ୟା କମ୍ କରିବା ପାଇଁ ଯୋଜନା କରିଛନ୍ତି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ଏଠାରେ ବିମାନ ବନ୍ଦରରେ ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ କମ୍ପାନୀ ଯାତ୍ରୀଙ୍କୁ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ତିନି ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କହିଛନ୍ତି। ସେହିଭଳି ସ୍ପାଇସଜେଟ୍ ଏହାର ଯାତ୍ରୀଙ୍କୁ ୨.୫ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.