ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
28/01/2023 at 11:52 AM

ମଧ୍ୟପ୍ରଦେଶ ୨୮/୦୧: ମଧ୍ୟପ୍ରଦେଶ ମୁରୈନାରେ ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଏୟାରଫୋର୍ସର ଦୁଇ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋଟିଏ ସୁଖୋଇ-୩୦ ଏବଂ ଅନ୍ୟଟି ମିରାଜ୍ ୨୦୦୦ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଏଥିକେ କାହାର କିଛି କ୍ଷୟକ୍ଷତି ହୋଇଥିବା ସୂଚନା ଏଯାଏଁ ହସ୍ତଗତ ହୋଇନି ।
#WATCH | Rajasthan, Bharatpur | Wreckage of jet seen. Earlier report as confirmed by Bharatpur District Collector Alok Ranjan said charter jet, however, defence sources confirm IAF jets have crashed in the vicinity. Therefore, more details awaited. pic.twitter.com/005oPmUp6Z
— ANI (@ANI) January 28, 2023
ସୂଚନା ଥାଉକି, ଦୁଇଟି ବିମାନ ମଧ୍ୟପ୍ରଦେଶ ଗ୍ୱାଲିୟର ଏୟାର ବେସ୍ରୁ ଉଡାଣ ଭରିଥିଲା । ଯେଉଁଠାରେ ଅଭ୍ୟାସ ଜାରି ରହିଥିଲା । ସେପଟେ ରକ୍ଷାମନ୍ତ୍ରୀ ଏୟାରଫୋର୍ସ ଚିଫ୍ଙ୍କ ସହ ଏ ସଂପର୍କରେ କଥାବାର୍ତ୍ତା କରିଛନ୍ତି ।
ମୁରୈନା ଜିଲ୍ଲାପାଳଙ୍କ କହିବା ମୁତାବକ ଜେଟ୍ ବିମାନ ସକାଳ ସାଢେ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁଇ ପାଇଲଟ୍ଙ୍କୁ ସେଥିରୁ ସୁରକ୍ଷିତ ବାହାର କରାଯାଇଥିଲା । ଏହାସହ ବାୟୁସେନା ପକ୍ଷରୁ ମଧ୍ୟ ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରୁ ଜଣାପଡିବ ଯେ, କଣ ପାଇଁ ଘଟିଲା ଏପରି ଘଟଣା । ଘଟଣାରୁ ଜଣାପଡିଛି ଯେ, ସୁଖୋଇ-୩୦ରେ ୨ ପାଇଲଟ୍ ଥିବାବେଳେ ମିରାଜ୍ ୨୦୦୦ରେ ଥିଲେ ଜଣେ ପାଇଲଟ୍ ।
କୁହାଯାଉଛି, ଯେ ଦୁଇ ପାଇଲଟ୍ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ପତ୍ତା ମିଳୁନି । ଏଠାରେ କହି ରଖୁ ଯେ, ମିରାଜ୍ ୨୦୦୦ ଫାଇଟର ଜେଟ୍ ଉଡାଣ ପାଇଁ ଜଣେ ପାଇଲଟ୍ର ଆବଶ୍ୟକତା ରହିଥାଏ ।