କ୍ବାରେଣ୍ଟାଇନରେ ବାୟୁସେନା କର୍ମଚାରୀ : ତବଲିଗି ଜମାତରେ ଯୋଗଦେଇଥିବା ସୂଚନା

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୦୫/୦୪ : ଭାରତୀୟ ବାୟୁସେନାର ଜଣେ ହାବିଲଦାରଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ହାବିଲଦାରଙ୍କ ସଂସ୍ପର୍ଶରେ ଆସିଥିବା ଆଉ ଦୁଇଜଣ ବିମାନ କର୍ମଚାରୀଙ୍କୁ ମଧ୍ୟ କ୍ଵାରେଣ୍ଟାଇନରେ ରଖାଯାଇଛି। ୩ ଜଣଙ୍କର ପରୀକ୍ଷା କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ କରୋନା ଜୀବାଣୁଙ୍କର କୌଣସି ଲକ୍ଷଣ ଚିହ୍ନଟ ହୋଇନାହିଁ। ଏହି ତିନିଜଣ ସୁସ୍ଥ ଅଛନ୍ତି। ସେନାର ଏହି ତିନିଜଣ କର୍ମଚାରୀ ଦିଲ୍ଲୀରେ ନିୟୋଜିତ ଥିଲେ । ଦିଲ୍ଲୀ ପୋଲିସର ତଦନ୍ତ ପରେ ବାୟୁସେନା ଏହି ପଦକ୍ଷେପ ନେଇଛି। ପ୍ରକୃତରେ, ପୋଲିସ ମୋବାଇଲ୍ ଫୋନ୍ ଲୋକେସନ ସର୍ଭେରୁ ଜଣାପଡିଛି ଯେ ଏହି କର୍ମଚାରୀ ନିଜାମୁଦ୍ଦିନ ଅଞ୍ଚଳକୁ ଯାଇଥିଲେ | ତେବେ ଏମାନେ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

ବିଶ୍ୱ ତଥା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ୧୮୦ ରୁ ଅଧିକ ଦେଶରେ ବ୍ୟାପିଥିବା ଏହି ଜୀବାଣୁ ଏପର୍ଯ୍ୟନ୍ତ ୪୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି | ବିଶ୍ୱରେ ପ୍ରାୟ ୧ କୋଟି ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ଭାରତରେ ଏହି ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩୭୨ ରେ ପହଞ୍ଚିଛି। ଗତ୨୪ ଘଣ୍ଟା ମଧ୍ୟରେ ୫୨୫ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏପର୍ଯ୍ୟନ୍ତ ୭୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧୬ ଜଣ ସୁସ୍ଥ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.