ନିୟନ୍ତ୍ରଣ ହରାଇଲେ ଟ୍ରେନି ପାଇଲଟ୍, ରନୱେ ଫେସିଂ ଭାଙ୍ଗି ରାସ୍ତାରେ ଖସିପଡିଲା ବିମାନ

Published By : Prameya-News7 Bureau | July 18, 2021 IST

ମଧ୍ୟପ୍ରଦେଶ ୧୮/୭ : ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଧାନରେ ଅଘଟଣ । ଚିମସ୍ ଆଭିଏସନ୍ ଏକାଡେମୀର ଏକ ବିମାନ ରନୱେ ଛାଡି ରାସ୍ତାରେ ଅବତରଣ କରିବା ସମୟରେ ହୋଇଗଲା ଖଣ୍ଡବିଖଣ୍ଡିତ । ତେବେ ଏଥିରେ କାହର କିଛି କ୍ଷୟକ୍ଷିତ ହୋଇନଥିବା ସୂଚନା ରହିଛି । ସେପଟେ କଣ ପାଇଁ ଏପରି ଏକ ଅଘଟଣ ଘଟିଲା ସେନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାରେ ଟ୍ରେନିଂ ମହିଳା ପାଇଲଟ୍ ଇଶିକା ଶର୍ମା ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ବିମାନଟି ଉଡ଼ାଣ ଭରିଥିଲା । ତେବେ ଟ୍ରେନିଂ ପାଇଲଟ୍ ବିମାନ ଚଲାଉଥିବା ସମୟରେ ହରାଇ ବସିଥିଲେ ନିଜର ନିୟନ୍ତ୍ରଣ । ଫଳରେ ଭାରସାମ୍ୟ ହରାଇ ବିମାନଟି ବାଡ ଭାଙ୍ଗି ରାସ୍ତାରେ ବାହାରକୁ ଖସିପଡିଥିଲା । ବିମାନଟି ରାସ୍ତା ପାର୍ଶ୍ୱରେ ଥିବା ବୁଦା ଭିତରେ ଅଟକି ରହିଲା । ସୂଚନା ପାଇବା ମାତ୍ରେ ଚିମସ୍ ଆଭିଏସନ୍ ଏକାଡେମୀର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବିମାନକୁ ସଂପୂର୍ଣ୍ଣ କପଡାରେ ଆଚ୍ଛାଦିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.