ନୂଆଦିଲ୍ଲୀ: ସୋମବାର ସକାଳେ ମଲାଓ୍ୱିର ଉପରାଷ୍ଟ୍ରପତି ସାଉଲୋସ ଚିଲିମାଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନଟି ରାଡାରରୁ ଅଦୃଶ୍ୟ ହେବା ପରଠାରୁ ବିମାନ ସହିତ ଯୋଗାଯୋଗ କରିବାକୁ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଏହି ବିମାନରେ ୫୧ ବର୍ଷିୟ ଚିଲିମାଙ୍କ ସମେତ ଅନ୍ୟ ୯ ଜଣ ବିମାନରେ ଥିଲେ। ବିମାନଟି ସକାଳ ୯ଟାରେ ଉଡ଼ାଣ ଭରିଥିଲା।
ରାଷ୍ଟ୍ରପତି ଲାଜାରସ୍ ଚକୱେରା ଆଞ୍ଚଳିକ ତଥା ଜାତୀୟ ବାହିନୀକୁ ବିମାନ ଖୋଜିବା ପାଇଁ ତୁରନ୍ତ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। "ବାହାମା" ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଚକୱେରା ତାଙ୍କ ଯାତ୍ରା ବାତିଲ କରିଛନ୍ତି।
2022 ମସିହାରେ ମଲାୱି ବ୍ରିଟିଶ ବ୍ୟବସାୟୀଙ୍କ ସହ ଲାଞ୍ଚ କାରବାର ମାମଲାରେ ଗିରଫ ହେବାପରେ ଚିଲିମା ତାଙ୍କ ପଦରୁ ବଞ୍ଚିତ ହୋଇଥିଲେ। ତାଙ୍କ ପିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଗତ ମାସରେ ଚିଲିମା ଏକାଧିକ ଥର କୋର୍ଟରେ ହାଜର ହେବା ପରେ କୋର୍ଟ ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ।