ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

Airbnb ସିଇଓଙ୍କ ବଡ ଘୋଷଣା: ୨୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ମାଗଣାରେ ଦେବେ ଘର

25/08/2021 at 3:26 PM

ନୂଆଦିଲ୍ଲୀ ୨୫/୦୮ : ଆମେରିକାର ବଡ କମ୍ପାନୀ ଏରବିଏନବି (Airbnb) ସିଇଓ ବ୍ରାୟନ ଚେସ୍କି ଆଫଗାନିସ୍ତାନରେ ତାଲିବାନ କବଜା ପରେ ଉତ୍ପନ୍ନ ହୋଇଥିବା ମାନବ ସଙ୍କଟକୁ ନେଇ କହିଛନ୍ତି ଯେ ତାଙ୍କ କମ୍ପାନୀ ବିଶ୍ୱ ସ୍ଥରରେ ୨୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ଘର ଦେବ। ସେ କହିଛନ୍ତି ଯେ, ତାଲିବାନ ଆଫଗାନିସ୍ତାନରେ ନିୟନ୍ତ୍ରଣ କରିବା ପରେ ବହୁ ସଂଖ୍ୟାରେ ଲୋକେ ସେଠାରୁ ବିସ୍ଥାପିତ ହେବା ବଡ ମାନବୀୟ ସଙ୍କଟ।

ବ୍ରାୟନ ଚେସ୍କିଙ୍କ କମ୍ପାନୀ ଆଫଗାନି ଶରଣାର୍ଥୀଙ୍କୁ ଘର ଦେବା କାମ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ କରିଦେଇଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ କମ୍ପାନୀ Airbnb ସମଗ୍ର ବିଶ୍ୱରେ ୨୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ମାଗଣାରେ ରହିବାକୁ ଘର ଦେବ। ସେ କହିଛନ୍ତି ଯେ ତାଙ୍କର ଏହି ପଦକ୍ଷେପରୁ ପ୍ରେରିତ ହୋଇ ବିଶ୍ୱର ଅନ୍ୟ ବଡ ବଡ ବ୍ୟବସାୟୀ ମଧ୍ୟ ଆଫଗାନି ଶରଣାର୍ଥୀଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ। ଏ ପ୍ରସଙ୍ଗରେ ଅନେକ ଟ୍ୱିଟ କରି ସେ କହିଛନ୍ତି ଯେ ଆଫଗାନ ଶରଣାର୍ଥୀଙ୍କ ବିସ୍ଥାପନ ଓ ପୁନର୍ବାସ ଆଜିକା ସମୟର ସବୁଠାରୁ ବଡ ମାନବୀୟ ସଙ୍କଟ ମଧ୍ୟରୁ ଗୋଟିଏ।

Airbnb ଏକ ଅନଲାଇନ କମ୍ୟୁନିଟି ମାର୍କେଟପ୍ଲେସ ଯାହା ଅନେକ ଲୋକଙ୍କ ଘର ଭଡାରେ ନେଇ ତାକୁ ପର୍ଯ୍ୟଟକଙ୍କୁ ଭଡାରେ ଦେଇଥାଏ।

   Related Posts