କର୍ମଚାରୀ ଛଟେଇ କଲା Airbnb Inc କମ୍ପାନୀ; ନିଯୁକ୍ତି ଦାତା ଟିମ୍ରୁ ୩୦% କର୍ମଚାରୀ ବିଦା
5/03/2023 at 10:25 PM

ୱାଶିଂଟନ: ଓଇୟୋ ଭଳି ସ୍ୱଳ୍ପ ଅବଧିରେ ଘର ଭଡ଼ାରେ ଯୋଗାଇ ଦେଉଥିବା କମ୍ପାନୀ ଏୟାରବିଏନ୍ବି ଆଇଏନ୍ସି(Airbnb Inc) କର୍ମଚାରୀ ଛଟେଇ କରିଛି। ଚଳିତ ବର୍ଷ କମ୍ପାନୀ କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଥିବା ବେଳେ ହଠାତ୍ ୩୦ ପ୍ରତିଶତ କର୍ମଚାରୀ ଛଟେଇ କରିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆମେରିକା ସାନ୍ଫ୍ରାନ୍ସିକୋରେ ମୁଖ୍ୟାଳୟ ରହିଛି। ଏହି କମ୍ପାନୀ ତା’ର ନିଯୁକ୍ତିଦାତା କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତକୁ ଛଟେଇ କରାଯାଇଛି। ଯାହା କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ୬,୮୦୦ ର ୦.୪ ପ୍ରତିଶତ ବୋଲି ବ୍ଲୁମ୍ବର୍ଗ ରିପୋର୍ଟ ପ୍ରକାଶ କରିଛି। ଏନେଇ କମ୍ପାନୀର ପ୍ରବକ୍ତା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ କମ୍ପାନୀକୁ ପୁନଃ ସଂଗଠିତ କରିବା ପାଇଁ ଆମେ ଆମ ନିଯୁକ୍ତିଦାତା କର୍ମଚାରୀଙ୍କ ମଧ୍ୟରୁ କିଛି ଛଟେଇ କରିବା ଭଳି କଷ୍ଟକର ନିଷ୍ପତ୍ତି ନେଇଛୁ। ତେବେ ଆଗକୁ ଯେ ଅଧିକ ଛଟେଇ ହେବ ତାହା ଭାବିବା ଉଚିତ ନୁହେଁ ବୋଲି କମ୍ପାନୀ ପ୍ରବକ୍ତା କହିଛନ୍ତି।