LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସନ୍ତା ଆର୍ଥିକ ବର୍ଷରେ ଉଡାଣ ଭରିବ ଆଉ ୧୩୨ ବିମାନ, ୨୦ ପ୍ରତିଶତ ବଢ଼ିବ ଏୟାର ଟ୍ରାଫିକ୍: ରିପୋର୍ଟ

20/03/2023 at 4:49 PM

ନୂଆଦିଲ୍ଳୀ, ୨୦/୦୩: ଆର୍ଥିକ ବର୍ଷ ୨୦୨୪ ରେ ୨୦ ପ୍ରତିଶତ ବଢ଼ିବ ଘରୋଇ ଏବଂ ଅନ୍ତର୍ଜାତୀୟ ଏୟାର ଟ୍ରାଫିକ୍। ଭାରତୀୟ କମ୍ପାନୀମାନେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୪​‌ ଆର୍ଥିକ ବର୍ଷରେ ୧୩୨ ନୂଆ ଏୟାରକ୍ରାଫ୍ଟ ଯୋଡ଼ିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଆର୍ଥିକ ବର୍ଷରେ ୫୩ ଟି ଏୟାରକ୍ରାଫ୍ଟ ଏବଂ ଇଣ୍ଡିଗୋ ୪୯ ଏୟାରକ୍ରାଫ୍ଟ ଯୋଡ଼ିବାକୁ ଯାଉଥିବା ନେଇ ସିଏପିଏ ଏହାର ବାର୍ଷିକ ରେକର୍ଡରେ କହିଛି। ଏହି ନୂଆ ଏୟାରକ୍ରାଫ୍ଟ ଆସିବା ଫଳରେ ମାର୍ଚ୍ଚ ୨୦୨୩ ରେ ଥିବା ବିମାନ ସଂଖ୍ୟା ୬୮୪ ରୁ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ୮୧୬ ହୋଇଯିବ।

ରିପୋର୍ଟରେ କୁହାଯାଇଛି ଘରୋଇ ଏୟାର ଟ୍ରାଫିକ୍ ୨୦ ପ୍ରତିଶତ ଏବଂ ଅନ୍ତର୍ଜାତୀୟ ଏୟାର ଟ୍ରାଫିକ୍ ୨୨-୨୭ ପ୍ରତିଶତ ୭୨-୭୫ ମିଲିୟନ ବଢ଼ିବ। ବେସାମରିକ ବିମାନ ଚଳାଚଳ ନିର୍ଦେ୍ଦଶାଳୟ ତଥ୍ୟ ଅନୁଯାୟୀ,, ୨୦୨୨ ରେ ଘରୋଇ ଉଡ଼ାଣ ବାର୍ଷିକ ୪୭.୫ ପ୍ରତିଶତ ବଢ଼ି ୧୨୩.୨ ବିଲିୟନ ହୋଇଛି।

ସେପଟେ କିନ୍ତୁ ଭାରତୀୟ ବିମାନ କମ୍ପାନୀଙ୍କୁ ଆର୍ଥିକ ବର୍ଷରେ ୧.୬ ରୁ ୧.୮ ବିଲିୟନ ଡଲାର କ୍ଷତି ହୋଇପାରେ। ସିଏପିଏର କହିବା ଅନୁଯାୟୀ, ପୂର୍ଣ୍ଣ ସେବା ପ୍ରଦାନ କରୁଥିବା ବିମାନ କମ୍ପାନୀଙ୍କୁ ୧.୧ ରୁ ୧.୨ ବିଲିୟନ ଡଲାରର କ୍ଷତି ହୋଇପାରେ। ଏହି କ୍ଷତି ବଢ଼ୁଥିବା ତେଲ ଦାମ୍‌ ଏବଂ ଡଲାର ତୁଳନାରେ ମୁଦ୍ରାର ଦୁର୍ବଳ ସ୍ଥିତି ପାଇଁ ହୋଇପାରେ।

   Related Posts