ବ୍ଲୁ ଫ୍ଲାଗ୍ ବିଚ୍‌ରେ ଫୁଲ ଡ୍ରେସ୍ ରିହର୍ସଲ, ପାଗ ଭଲ ରହିଲେ ରବିବାର ସୂର୍ଯ୍ୟକିରଣ ସୋ

Published By : Prameya-News7 Bureau | September 17, 2022 IST

ପୁରୀ ୧୭/୦୯: ଭାରତୀୟ ବାୟୁସେନା ପକ୍ଷରୁ ପୁରୀରେ ଅନୁଷ୍ଠିତ ହୋଇଯାଇଛି ସୂର୍ଯ୍ୟକିରଣ ଏଆର ସୋର ଫୁଲ୍ ଡ୍ରେସ୍ ରିହର୍ସଲ । ବ୍ଲୁ ଫ୍ଲାଗ ବେଳାଭୂମିରେ ଆୟୋଜିତ ଏହି ଫୁଲ୍ ଡ୍ରେସ୍ ଏଆର ସୋ ରିହର୍ସଲରେ ଫାଇଟର ବିମାନ ଗୁଡିକ ଅତ୍ୟାଧୁନିକ କଳାକୌଶଳ ପ୍ରଦର୍ଶନ କରିଥିଲେ । ବେଳାଭୂମିରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଦର୍ଶକ ଓ ପର୍ଯ୍ୟଟକ ଏକାଠି ହୋଇ ଏହି ଚିତ୍ତାକାର୍ଷକ ପ୍ରଦର୍ଶନ ଦେଖି ବେଶ୍ ଗର୍ବ ଅନୁଭବ କରିଥିଲେ । 

wp:gallery {"linkTo":"none"} /wp:gallery

ପୁରୀରେ ପ୍ରଥମଥର ପାଇଁ ହେବ ଭାରତୀୟ ବାୟୁସେନାର ଏୟାର ସୋ ।‌ ବେଳାଭୂମି ଆକାଶରେ ୯ଟି ହକ ବିମାନ ସାମଞ୍ଜସ୍ୟ ରକ୍ଷାକରି ଅଭିନବ କଳାକୌଶଳ ପ୍ରଦର୍ଶନ କରିଥିଲେ । ହକ୍ ଜେଟ୍ ଗୁଡିକର ବିଭିନ୍ନ କୌଶଳରେ ରୋମାଞ୍ଚ ଭରା ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ହକ୍ ବିମାନଗୁଡିକ ଆରୋ, ଡ଼ାଇମଣ୍ଡ, ତେଜସ ଫର୍ମେସନରେ ଚମତ୍କାର କୌଶଳ ପ୍ରଦର୍ଶନ କରିଥିଲେ ।

ବିମାନଗୁଡିକ ସୁଇସାଇଡ଼ାଲ , ହରାଇଜଣ୍ଟାଲ, ଭର୍ତିକାଲ କ୍ରସିଂରେ ପ୍ରଦର୍ଶନ ଆକର୍ଷଣୀୟ ଥିଲା । ପୂର୍ବାହ୍ନ ୧୦.୨୦ ଆରମ୍ଭ ହୋଇଥିବା ବେଳେ ପ୍ରାୟ ଅଧଘଣ୍ଟା ଧରି ଏହି ଏୟାର ସୋ ଥିଲା ରୋମାଞ୍ଚ ଭରା । ଅଳ୍ପ ଦୂରତାରେ ସମତୁଲ ରକ୍ଷା କରି ବିମାନ ଗୁଡିକର ଏହି କୌଶଳ ଯୁବ ବର୍ଗ  ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି । ତେବେ ଯଦି ପାଗ ଅନୁକୂଳ ରହେ ତେବେ ରବିବାର ସୋ ଦମ୍‌ଦାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.