ଝାରସୁଗୁଡା୫|୭: କ୍ରମାଗତ ଭାବେ ଚଳିତ ସପ୍ତାହରେ ପଞ୍ଚମଥର ପାଇଁ ବାତିଲ ହେଲା ବିମାନସେବା। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପାଗ ଖରାପ ଯୋଗୁଁ ଭୁବନେଶ୍ବରକୁ ଆଜି ସକାଳେ ଯିବା ଓ ଆସିବା ପାଇଁ ବିମାନ ଉଡାଣ ବାତିଲ ହୋଇଥିଲା।
ଅପରାହ୍ନରେ ଦିଲ୍ଲୀ ଓ କୋଲକାତା ସହ ଝାରସୁଗୁଡାରୁ ଦିଲ୍ଲୀ, ରାୟପୁର, କୋଲକାତା, ହାଇଦ୍ରାବାଦକୁ ଉଡାଣ ବାତିଲ ହେବା ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିବାପରେ ଶତାଧିକ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।ଫଳରେ ଯାତ୍ରୀମାନେ ବିମାନବନ୍ଦର ପରିସରରେ ହୋ ହାଲା କରିଥିଲେ।ଖୁବଶୀଘ୍ର ବିମାନବନ୍ଦରରେ ଦିଗ ନିର୍ଣ୍ଣୟ କରିବା ପାଇଁ ଆବଶ୍ୟକ ଆଇ ଏଲ ଏସ ସ୍ଥାପନ କରାଯିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।
କିନ୍ତୁ ବାରମ୍ବାର ଉଡାଣ ବାତିଲ ହେଉଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହାଦ୍ୱାରା ଏହି ନିମାନବନ୍ଦରର ଯାତ୍ରୀଙ୍କ ମଧ୍ୟରେ ହତାଶାଭାବ ଦେଖାଦେଇଛି।ଫଳରେ ବିଶ୍ବାସନୀୟତା ହରାଉଛି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର।