ବାୟୁ ପ୍ରଦୂଷଣ ଯୋଗୁ ୧୫ ବର୍ଷ ହ୍ରାସ ହେଉଛି ଜୀବନ, ତିଳ ତିଳ ହୋଇ ମରୁଛି ମଣିଷ: ଅଧ୍ୟୟନ

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ ୧୧।୧୧: ନିକଟରେ ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସରେ ପ୍ରକାଶିତ ଏକ ଅଧ୍ୟୟନରେ ବାୟୁ ପ୍ରଦୂଷଣ ଯୋଗୁ ୧୫ ଲକ୍ଷ ଲୋକଙ୍କ ଆୟୁଷ ହ୍ରାସ ହେଉଛି ଓ ସେମାନେ ମରି ଯାଉଛନ୍ତି ବୋଲି ଚେତାବନୀ ଦିଆଯାଇଛି। ଅଧ୍ୟୟନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ଙ୍କ ଅନୁମାନରୁ ବି ଅଧିକ କ୍ଷତି କରୁଛି ପ୍ରଦୂଷଣ ବ୍ୟାପୁଥିବା ପିଏମ୨.୫ କଣିକା। ଏଣୁ ଡବ୍ଲୁଏଚଓଙ୍କ ଆକଳନ ଅନୁସାରେ ଖରାପ ବାୟୁ ଯୋଗୁ ମୃତ୍ୟୁ ମୁଖରେ ପଡୁଥିବା ଲୋକଙ୍କ ସଂଖ୍ୟା ୪୨ ଲକ୍ଷ ସହ ଆଉ ୧୫ ଲକ୍ଷ ଯୋଡ଼ି ଯାଇଇଛି। ଅର୍ଥାତ ବାୟୁ ପ୍ରଦୂଷଣ ଯୋଗୁ ବାର୍ଷିକ ୫୭ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି।

ଗବେଷଣାରୁ ଜଣାପଡିଛି ଯେ ବାୟୁରେ ପିଏମ ୨.୫ ଧୂଳି କଣିକା କମ ସ୍ତରରେ ରହୁଥିଲେ ବି ବଡ଼ କ୍ଷତିର କାରଣ ହେଉଛି। ଏହି କଣିକା ହୃଦ ରୋଗ, କର୍କଟ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଆଦି ସମସ୍ୟା ସୃଷ୍ଟି କରୁଛି। କାନାଡର ମ୍ୟାକ୍‌ଜିଲ ୟୁନିଭର୍ସିଟି ପ୍ରଫେସରଙ୍କ ଅଧ୍ୟୟନ ଅନୁସାରେ ବାୟୁରେ ହାଲୁକା କଣିକା ଯୋଗୁ ଯେତିକି କ୍ଷତିର ଆକଳନ କରାଯାଉଥିଲା ଏହା ତାହାଠାରୁ ଅନେକଗୁଣା ଅଧିକ କ୍ଷତିର କାରଣ ହେଉଥିବା ସେ କହିଛନ୍ତି।

{"id":707785,"sizeSlug":"full","linkDestination":"none"}

ଏହି ଅଧ୍ୟୟନ କାନାଡାରେ କରାଯାଇଥିଲା, ଯେଉଁଠି ପ୍ରଦୂଷଣର ସ୍ତର ଖୁବ୍ କମ୍। ଏଣୁ ଅଧ୍ୟୟନ ଅନୁସାରେ  ପିଏମ ୨.୫ କଣିକାର ସ୍ତର ଡବ୍ଲୁଏଚଓଙ୍କ ଟାର୍ଗେଟ ଠାରୁ ମଧ୍ୟ କମ୍ ହେବା ଆବଶ୍ୟକ। ୨୦୨୧ ମସିହାର ଡବ୍ଲୁଏଚଓ ପିଏମ୨.୫ କଣିକାକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟରରୁ କମ କରି ୫ ମାଇକ୍ରୋଗ୍ରାମ କରିଥିଲେ। ତଥାପିବି ଏହାକୁ କମ୍ କରାଯିବା ଦରକାର ବୋଲି ଗବେଷକମାନେ କହିଛନ୍ତି। ଭାରତର ରାଜଧାନୀ ଦିଲ୍ଲୀରେ ପିଏମ୨.୫ର ସ୍ତର ଏବେ ୩୦୦ରୁ ୪୦୦ ମଧ୍ୟରେ ରହୁଛି।

ଉଲ୍ଲେଖଯୋଗ୍ୟ ଯେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଶୁନରୁ ୫୦ ମଧ୍ୟରେ ରହିଲେ ଭଲ, ୫୧ରୁ ୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ ଓ ୨୦୧ରୁ ୩୦୦ ଖରାପ ତଥା ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରା ଏବଂ ୪୦୧ରୁ ୫୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଏକ୍ୟୁଆଇ ବିଚାର କରାଯାଏ। ଏଥିରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ଅନୁସାରେ ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ବିହାରର କଟିହାର ୧ ନମ୍ବର ସ୍ଥାନରେ ରହିଛି। ତା ପଛକୁ ରହିଛି ରାଜଧାନୀ ଦିଲ୍ଲୀ, ଯେଉଁଠି ଏକ୍ୟୁଆଇ ପ୍ରାୟତଃ ୩୦୦ରୁ ୪୦୦ ମଧ୍ୟରେ ରହୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.