ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓଡିଆ ପୁଅଙ୍କୁ ବାୟୁସେନାରେ ବଡ ଦାୟିତ୍ଵ : ଏୟାର ମାର୍ଶାଲ ଡିକେ ପଟ୍ଟନାୟକ ହେବେ ପୂର୍ବାଞ୍ଚଳ ଏୟାର କମାଣ୍ଡର, ଆଜି ଦାୟିତ୍ୱ ଗ୍ରହଣ

3/10/2021 at 7:34 AM

ନୂଆଦିଲ୍ଲୀ ୦୩।୧୦: ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ କୁମାର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ବ । ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ମିଳିଛି ନିଯୁକ୍ତି । ରବିବାର ଶିଲଂରେ ସେ ଦାୟିତ୍ବ ନେବେ । ଏବେ ସେ କେନ୍ଦ୍ରୀୟ ବାୟୁସେନା କମାଣ୍ଡରେ ବରିଷ୍ଠ ଅଧିକାରୀ ଅଛନ୍ତି । ପୂର୍ବାଞ୍ଚଳ ବାୟୁସେନା ମୁଖ୍ୟ ହେବାରେ ଦିଲୀପ ପଟ୍ଟନାୟକ ପ୍ରଥମ ଓଡ଼ିଆ। କାରଗିଲ୍ ଯୁଦ୍ଧ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଅପରେସନ୍ ଦାୟିତ୍ବ ନେଇଥିଲେ ଦିଲୀପ ।

୧୯୯୯ ମସିହା ଜୁନ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ୍ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ତାଙ୍କର ଅପୂର୍ବ ସାହସ ଯୋଗୁ କାରଗିଲ୍‌ରେ ପାକ ସେନା ଛତ୍ରଭଙ୍ଗ ଦେଇଥିଲେ । ଏହାପରେ ୧୯୯୯ ଜୁନ ୨୬-୨୭ତାରିଖ ରାତିରେ ପ୍ରଥମଥର ପାଇଁ ଟାଇଗର ହିଲ୍‌ରେ ଥିବା ଶତ୍ରୁ ସେନା ଉପରେ ଲେଜର୍ ଗାଇଡେଡ୍ ବମ୍ ଷ୍ଟ୍ରାଇକ୍ କରିଥିଲେ । ଅପରେସନ୍ ରକ୍ଷକରେ ସେ ୨୭ଥର ନିଜ ଜୀବନକୁ ବାଜି ଲଗାଇ ମିଶନରେ ବାହାରିଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ସାହସିକତା ପଦକ ମିଳିଥିଲା ।

ଖଡ଼କୱାସାଲାରେ ଥିବା ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଦିଲୀପ ପଟ୍ଟନାୟକ। ସେ ୧୯୮୪ ମସିହାରେ ଭାରତୀୟ ବାୟୁସେନାର ଜଣେ ଫାଇଟର୍ ଜେଟ୍ ପାଇଲଟ୍ ଭାବେ ଯୋଗ ଦେଇଥିଲେ । ୨୫ଶହ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କର ବିମାନ ଉଡାଇବାର ଦକ୍ଷତା ରହିଛି । ୧୯୯୫ରେ ସ୍କାଡର୍ନ ଲିଡର, ୨୦୦୧ରେ ୱିଙ୍ଗ କମାଣ୍ଡର, ୨୦୦୭ରେ ଗ୍ରୁପ କ୍ୟାପଟେ ର୍ ୨୦୧୦ରେ ଏୟାର କମୋଡର ଏବଂ ୨୦୨୦ରେ ଏୟାର ମାର୍ଶାଲ ଭାବରେ ଦାୟିତ୍ବ ତୁଲାଇଛନ୍ତି ଦିଲ୍ଲୀପ ପଟ୍ଟନାୟକ । ପୂର୍ବାଞ୍ଚଳ ବାୟୁସେନା କମାଣ୍ଡର ଭାବେ ନିଯୁକ୍ତି ପାଇବା ପରେ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି।

   Related Posts