ଭାରତୀୟ ବାୟୁସେନାର ନୂଆ ଉପମୁଖ୍ୟ ହେଲେ ଏୟାର ମାର୍ଶଲ ଏପି ସିଂହ
1/02/2023 at 5:49 PM

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଉପମୁଖ୍ୟ ହେଲେ ଏୟାର ମାର୍ଶଲ ଏପି ସିଂହ। ବୁଧବାର ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି। ଏୟାର ଷ୍ଟାଫ୍ ଭାଇସ୍ ଚିଫ୍(VCAS) ଭାବେ ନିଯୁକ୍ତି ମିଳିବା ପରେ ଶ୍ରୀ ସିଂହ ଦିଲ୍ଲୀ ଯାଇ ସହିଦ ଯାବନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ତାଙ୍କୁ ବାୟୁ ସେନାର ମୁଖ୍ୟାଳୟରେ ପାରମ୍ପରିକ ଭାବେ ଗାର୍ଡ ଅଫ୍ ଅନର ସମ୍ମାନ ଦିଆଯିବ।
ପୂର୍ବତନ ଏୟାର ମାର୍ଶଲ ସନ୍ଦୀପ ସିଂହଙ୍କ ସ୍ଥାନରେ ଏପି ସିଂହଙ୍କ ନୂଆ VCAS ନିଯୁକ୍ତି ମିଳିଛି। ଦୀର୍ଘ ୩୯ ବର୍ଷୀ ବାୟୁସେନାର ଯୋଗ ଦେବା ପରେ ସନ୍ଦୀପ ଜାନୁଆରୀ ୩୧ ତାରିଖରେ ଅବସର ନେଇଛନ୍ତି।
Delhi | On assuming the office of Vice Chief of Air Staff, Air Marshal AP Singh paid tributes to soldiers who lost life in the line of duty at the National War Memorial. pic.twitter.com/A2YrW6THpQ
— ANI (@ANI) February 1, 2023
ଏପି ସିଂହଙ୍କ ?
ଏୟାର ମାର୍ଶଲ ଏପି ସିଂହ ନ୍ୟାସ୍ନାଲ ଡିଫେନ୍ସ ଆକାଡେମୀ, ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ୍ ଏବଂ ନ୍ୟାସ୍ନାଲ ଡିଫେନ୍ସ କଲେଜ୍ରେ ପାଠ ପଢ଼ିଛନ୍ତି। ୧୯୮୪ ଡିସେମ୍ବର ୨୧ ତାରିଖରି ତାଙ୍କୁ ବାୟୁସେନାର ଫାଇଟର ଷ୍ଟ୍ରିମ୍ରେ ନିଯୁକ୍ତି ମିଳିଥିଲା। ଯୁଦ୍ଧ ବିମାନ ଉଡ଼ାଣ ପ୍ରଶିକ୍ଷଣରେ ଏପି ସିଂହଙ୍କ ଦକ୍ଷତା ରହିଛି। ପିକ୍ସଡ୍ ଏବଂ ରୋଟାରୀ ୱିଙ୍ଗ ବିମାନରେ ୫ ହଜାର ଘଣ୍ଟାରୁ ଅଧିକ ଉଡ଼ାଣ ଭରିବାର ଅନୁଭବ ତାଙ୍କ ପାଖରେ ରହିଛି। ତା ସହିତ ବାୟୁସେନାର ଅନେକ ବିଭାଗରେ ତାଙ୍କର ଦକ୍ଷତା ରହିଛି ।