Air India ପରିଶ୍ରା ଘଟଣା, ଅଭିଯୁକ୍ତ ଗିରଫ ପରେ ବି ତଦନ୍ତରେ ସହଯୋଗ କରୁନାହାନ୍ତି ବୃଦ୍ଧା
7/01/2023 at 4:44 PM

ନୂଆଦିଲ୍ଲୀ ୭।୧: ଏୟାର ଇଣ୍ଡିଆ ଫ୍ଲାଇଟ୍ରେ ବୟସ୍କା ମହିଳାଙ୍କ ଉପରେ ପରିଶ୍ରା କରିବା ଅଭିଯୋଗରେ ପୋଲିସ ଶଙ୍କର ମିଶ୍ରଙ୍କୁ ଗିରଫ କରି ଦିଲ୍ଲୀ ନେଇଆସିଛି। ତେବେ ଏହି ଘଟଣାରେ ପୀଡ଼ିତା ମହିଳା ଏବେ ତଦନ୍ତରେ ସହଯୋଗ କରୁନଥିବା ପୋଲିସ କହିଛି। ଆଇଜିଆଇ ବିମାନ ବନ୍ଦର ଡିସିପି ରବି କୁମାର ସିଂହ କହିଛନ୍ତି ଯେ ଆମେ ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରି ନେଇ ଆସିଛୁ। ହେଲେ ପୀଡ଼ିତା ମହିଳା ଏବେ ତଦନ୍ତରେ ସହଯୋଗ କରୁ ନାହାନ୍ତି। ତେବେ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।
ଅନ୍ୟପଟରେ ଏୟାର ଇଣ୍ଡିଆ ସିଇଓ ଏକ ବୟାନରେ କହିଛନ୍ତି ଯେ ଗତ ବର୍ଷ ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କ-ଦିଲ୍ଲୀ ମଧ୍ୟରେ ଉଡାଣ କରିଥିବା ଏୟାର ଇଣ୍ଡିଆ ଏଆଇ-୧୦୨ ଫ୍ଲାଇଟ୍ରେ ଯେଉଁ ଘଟଣା ଘଟିଥିଲା ଏହାକୁ ନେଇ ୪ କ୍ୟାବିନ କ୍ରିୟୁ ଓ ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ରୋଷ୍ଟର ହଟେଇ ଦିଆଯାଇଛି।
ସିଇଓ କହିଛନ୍ତି ଯେ ମାମଲାର ଅନ୍ତରୀଣ ଯାଞ୍ଚ ଚାଲିଛି। ଯେଉଁଥିରେ ଷ୍ଟାଫଙ୍କୁ ଉଡାଣରେ ମଦ ଦେବା, ଘଟଣାର ମୁକାବିଲା କରିବା, ବୋର୍ଡରେ ଅଭିଯୋଗ କରିବା, ଅଭିଯୋଗର ସମାଧାନ ସହିତ ଅନେକ ବିଷୟରେ ଏବେ ତଦନ୍ତ କରାଯାଉଛି। ଏଥିରେ ଏୟାର ଲାଇନସର ମଦ ପରଷିବା ନୀତିର ମଧ୍ୟ ସମୀକ୍ଷା ହେବ ବୋଲି ସେ କହିଛନ୍ତି।