scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏୟାର ଇଣ୍ଡିଆରେ ପୁଣି ବିଶୃଙ୍ଖଳା: ବିମାନ କକ୍‌ପିଟ୍‌ରେ ମହିଳା ବନ୍ଧୁଙ୍କୁ ଡାକି ନିଲମ୍ବିତ ହେଲେ ଦୁଇ ପାଇଲଟ୍

13/06/2023 at 6:15 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ବିଶୃଙ୍ଖଳା। ବିମାନ କକ୍‌ପିଟ୍‌ଙ୍କୁ ଆସିବାକୁ ମହିଳା ବନ୍ଧୁଙ୍କୁ ଅନୁମତି ଦେଲେ ପାଇଲଟ୍। ଦୁଇ ପାଇଲଟ ସେମାନଙ୍କ ମହିଳା ବନ୍ଧୁଙ୍କୁ ବିମାନ କକ୍‌ପିଟ୍‌କୁ ଡାକିବାରୁ ଦୁଇ ପାଇଲଟ୍‌ଙ୍କୁ ନିଲମ୍ବିତ କରାଯାଇଛି। ମାସକ ଭିତରେ ଏଭଳି ଘଟଣା ଦୁଇଥର ଘଟିଲାଣି।  ଏହା ପୂର୍ବରୁ ଜଣେ ପାଇଲଟ୍‌ ତାଙ୍କ ବନ୍ଧୁଙ୍କୁ କକ୍‌ପିଟ୍‌ ଭିତରକୁ ଆସିବାକୁ ଅନୁମତି ଦେବାରୁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ୍ କରାଯାଇଥିଲା। ଆଉ ଏବେ ପୁଣି ସମାନ ଘଟଣାରେ ପନୁରାବୃତ୍ତି ହୋଇଛି।

Air India Pilot Brings Girl Friend In Cockpit Of Flight Ask Crew For Pillow  Alcohol Comments In Vulgar Language Complaint Filed | Loksatta

ପଢ଼ନ୍ତୁ- ମହିଳା ବନ୍ଧୁଙ୍କୁ କକ୍‌ପିଟ୍‌ରେ ବସାଇବା ଅଭିଯୋଗରେ ପାଇଲଟ୍ ନିଲମ୍ବିତ, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଫାଇନ୍

ଗତ ସପ୍ତାହରେ ଦିଲ୍ଲୀ-ଲେହକୁ ଉଡ଼ାଣ ଭରୁଥିବା ବିମାନ ଏଆଇ-୪୪୫ ବିମାନ କକ୍‌ପିଟ୍‌ରେ ଦୁଇ ପାଇଲଟ ସେମାନଙ୍କର ମହିଳା ବନ୍ଧୁଙ୍କୁ ବେଆଇନ୍ ଭାବେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। କମ୍ପାନୀ ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନେଇ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି ବୋଲି ଏୟାର୍‌ ଇଣ୍ଡିଆର ପଡ଼ ପଦାଧିକାରୀ ସୂଚନା ଦେଇଛନ୍ତି।

ଏନେଇ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କହିଛି ଯେ ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯିବ। ସବିଶେଷ ତଦନ୍ତ ପାଇଁ ଏୟାର ଇଣ୍ଡିଆ ଏକ କମିଟି ଗଠନ କରିଛି।

Air India pilot grounded for permitting female friend into cockpit | RITZ

ପଢ଼ନ୍ତୁ- ଆମେରିକାରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ହଙ୍ଗାମା, ପତ୍ନୀଙ୍କ ତଣ୍ଟି ଚିପିଦେଲେ ସ୍ବାମୀ

ଚଳିତ ବର୍ଷ ଫେବ୍ରୁଆରୀ ୨୭ରେ ଦୁବାଇ-ଦିଲ୍ଲୀ ଫେରନ୍ତା ଏକ ବିମାନର  କକ୍‌ପିଟ୍‌ରେ ଜଣେ ପାଇଲଟ୍‌ ତାଙ୍କ ମହିଳା ବନ୍ଧୁକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଏହାପରେ ବିମାନର କ୍ୟାବିନ କ୍ରୁ କର୍ମଚାରୀ ଏନେଇ ଡିଜିସିଏରେ ଅଭିଯୋଗ କରିଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଡିଜିସିଏ ଉକ୍ତ ପାଇଲଟଙ୍କର ଲାଇସେନ୍ସ ନିଲମ୍ବିତ କରିବା ସହ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫଇନ୍ କରିଥିଲେ।    

42-year-old man dies onboard Lagos-Mumbai flight due to natural causes: Air  India - Oneindia News

   Related Posts