suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

VVIP ବିମାନ ‘ଏୟାର ଇଣ୍ଡିଆ ୱାନ୍’ ପହଞ୍ଚିଲା ଭାରତ, ବ୍ୟବହାର କରିବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

1/10/2020 at 7:20 PM

ନୂଆଦିଲ୍ଲୀ ୧।୧୦:  ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମେରିକୀୟ ରାଷ୍ଟ୍ରପତିଙ୍କ ବିମାନ ଅନୁସାରେ ନିର୍ମିତ ସ୍ୱତନ୍ତ୍ର ବିମାନ ‘ଏୟାର ଇଣ୍ଡିଆ ୱାନ୍‌’ ଭାରତ ପହଞ୍ଚିଛି। ଗୁରୁବାର ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିବା ଏହି ବିମାନକୁ ଆମେରିକୀୟ ବିମାନ ନିର୍ମାତା ବୋଇଂ ନିର୍ମାଣ କରିଛନ୍ତି। ଏହା ଏକ ବି-୭୭୭ ବିମାନ। ବିମାନ ଗତ ଅଗଷ୍ଟ ମାସରେ ଭାରତକୁ ମିଳିବାର ଥିଲା। ତେବେ ବୈଷୟିକ କାରଣ ଲାଗି ଏଥିରେ ସାମାନ୍ୟ ବିଳମ୍ବ ହୋଇଛି।

ଏହି ବିମାନ ଆଡଭାନ୍ସ କମ୍ୟୁନିକେସନ ସିଷ୍ଟମରେ ସଜ୍ଜିତ। ମଝି ଆକାଶରେ ବିମାନ ସହ ଉଭୟ ଅଡିଓ ଏବଂ ଭିଡିଓ ସଂଯୋଗ ସ୍ଥାପନା କରାଯାଇପାରିବ। ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଭିଭିଆଇପି ବିମାନକୁ ଏୟାର ଇଣ୍ଡିଆ ପାଇଲଟ ନୁହେଁ ବାୟୁସେନା ପାଇଲଟ ଚଳାଇବେ। ଏବେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି-୭୪୭ ଏୟାର ଇଣ୍ଡିଆ ବିମାନରେ  ଯାତ୍ରା କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ବିମାନ ଆଡଭାନ୍ସ କାହିଁକି ।

ଏହି ବିମାନକୁ ନିର୍ମାଣ କରିଥିବା ବୋଇଁ କମ୍ପାନୀ ଅନୁସାରେ ଭିଭିଆଇପିଙ୍କ ଏହି ବିମାନ ସୁରକ୍ଷାଗତ କାରଣରୁ ସର୍ବାଧୁନିକ। ଯାହାକୁ କ୍ଷେପଣାସ୍ତ୍ର ମାଡ କରି ଖସାଇହେବନି। ଏହି ସ୍ପେଶାଲ ଏୟାର କ୍ରାଫ୍ଚ ସମ୍ମୁଖ ଭାଗରେ ଇଡବ୍ଲୁ ଜାମର ଲାଗିଛି। ଏହା ଶତ୍ରୁର କ୍ଷେପଣାସ୍ତ୍ର ରାଡାର ସିଗ୍ନାଲକୁ ଜାମ କରିଦେବ। ଫଳରେ କ୍ଷେପଣାସ୍ତ୍ର ଲକ୍ଷଭ୍ରଷ୍ଟ ହେବ। ସେହିପରି ବିମାନ ପଛଭାଗରେ ମିଜାଇଲ ଆପ୍ରୋଚ୍ ସିଷ୍ଟମ ଲଗାଯାଇଛି। ଏହି ସିଷ୍ଟମ ଭୂମିରୁ ମିଜାଇଲ ଫାୟାର ହେବାମାତ୍ରେ ପାଇଲଟଙ୍କୁ ସତର୍କ କରାଇବ। ଏହା ଛଡା କ୍ଷେପଣାସ୍ତ୍ର କେତେ ଦୂରରେ ଅଛି ଓ କେତେ ବଗେରେ ଓ ଉଚ୍ଚତାରେ ଗତି କରୁଛି ସେ ନେଇ ମଧ୍ୟ ବରାବର ସୂଚନା ଦେବ।

ଏହାଛଡା ବିମାନରେ ହିଟ୍ ସିଂକ୍‌ କ୍ଷେପଣାସ୍ତ୍ର ସୁରକ୍ଷା ବ୍ୟବସ୍ଥା ସମେତ ମିରର ବଲ ସିଷ୍ଟମ ମଧ୍ୟ ଲାଗିଛି। କେତେକ କ୍ଷେପଣାସ୍ତ୍ର ଅଛି ଯାହା ଗରମ ଆଡକୁ ଆକର୍ଷିତ ହୋଇଥାଏ। ଏଥିରେ ବିମାନର ହିଟ୍‌ ସିଙ୍କ ବ୍ୟବସ୍ଥା ଏଭଳି କ୍ଷେପଣାସ୍ତ୍ରକୁ ଭ୍ରମିତ କରିବା ଲାଗି। ସେହିପରି ମିରର ବଲ ସିଷ୍ଟମ ଇନଫ୍ରାରେଡ ସିଗ୍ନାଲକୁ ଜାମ କରେ। ଏହା ଛଡା ବିମାନରେ ଅତ୍ୟାଧୁନିକ ଓ ସୁରକ୍ଷିତ ସାଟେଲାଇଟ୍ ସିଷ୍ଟମ ମଧ୍ୟ ଲାଗିଛି। ଫଳରେ ବିମାନରେ ଯାତ୍ରା କରୁଥିବା ଭିଭିଆଇପି ଅଫିସରେ ଯେପରି ଯୋଗାଯୋଗ ବ୍ୟବସ୍ଥାର ଉପଯୋଗ କରୁଛନ୍ତି ଆକାଶରେ ଥାଇ ମଧ୍ୟ ସେହିପରି ଉପଯୋଗ କରିପାରିବେ। ତେବେ ଏହା ଉଚ୍ଚ ସୁରକ୍ଷିତ ହୋଇଥିବା ଯୋଗୁ ଏହି କଥାବାର୍ତ୍ତାର ରେକର୍ଡ ହୋଇପାରିନଥାଏ।   

   Related Posts