ପାକିସ୍ତାନ ଯୋଗୁ ୩ ଶହ କୋଟି ଟଙ୍କା କ୍ଷତିରେ ଏୟାର ଇଣ୍ଡିଆ, ଦୈନିକ ହେଉଛି ୬ କୋଟି ଟଙ୍କା କ୍ଷତି

Published By : Prameya-News7 Bureau | April 29, 2019 IST

ନୂଆଦିଲ୍ଲୀ ୨୯।୪: ପାକିସ୍ତାନ ଯୋଗୁ ଏୟାର ଇଣ୍ଡିଆର କ୍ଷତି ବଢିବଢି ଚାଲିଛି । ଦୈନିକ ୬ କୋଟି ଟଙ୍କା ହିସାବରେ ବିମାନ କମ୍ପାନୀର  ଏପର୍ଯ୍ୟନ୍ତ ପ୍ରାୟ ୩ଶହ କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡିଛି । ପୁଲଓ୍ବାମା ଆତଙ୍କବାଦୀ ବିସ୍ଫୋରଣ ଘଟଣାକୁ ନେଇ ଭାରତୀୟ ବାୟୁସେନା  ଫେବୃଆରୀ ୨୬ ତାରିଖରେ ବାଲକୋଟ ଆକ୍ରମଣ କରିଥିଲା। ତା ପରଠାରୁ ଅର୍ଥାତ ଫେବୃଆରୀ ୨୭ରୁ ପାକ ସରକାର ଦେଶର ବାୟୁସୀମା ଉପରେ ଭାରତୀୟ ବିମାନଙ୍କ ଉଡାଣ ନିଷିଦ୍ଧ କରିଛନ୍ତି । ଫଳରେ ଏୟାର ଇଣ୍ଡିଆ ବିମାନଙ୍କୁ ଦିଗ ବଦଳାଇ ଯାତ୍ରା କରିବାକୁ ପଡୁଛି । ଏଥି ଯୋଗୁ ଇନ୍ଧନ ଖର୍ଚ୍ଚ ଓ କର୍ମଚାରୀଙ୍କ ବାବଦ ବ୍ୟୟ ବୃଦ୍ଧି ଯୋଗୁ ଏୟାର ଇଣ୍ଡିଆକୁ ଏହି କ୍ଷତି ସହିବାକୁ ପଡୁଛି ।

{"id":108876}

ଏ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ସୂଚିତ କରାଯାଇଥିବା ବେଳେ ସମ୍ପର୍କିତ ପକ୍ଷଙ୍କ ସହ ଆଲୋଚନା ଜାରିଥିବା ଅଧିକାରୀ କହିଛନ୍ତି । ପାକ୍ ଆକାଶ ସୀମା ସିଲ ଯୋଗୁ ନୂଆ ଦିଲ୍ଲୀରୁ ୟୁରୋପ, ଉପସାଗରୀୟ ଦେଶ ଓ ଆମେରିକା ଗନ୍ତବ୍ୟ ଦୂର ହେଉଛି। ଏହି ସବୁ ଦେଶକୁ ବିମାନ ଯାତ୍ରା ଦୀର୍ଘ ହେଉଥିବା ବେଳେ ଇନ୍ଧନ ଖର୍ଚ୍ଚ ମଧ୍ୟ ବଢିବଢି ଚାଲିଛି । ଏବେ ଦିଲ୍ଲୀରୁ ଆମେରିକା ଯାତ୍ରା ୩ ଘଣ୍ଟା ଅଧିକ ହେଉଥିବା ବେଳେ ୟୁରୋପକୁ ୨ ଘଣ୍ଟା ଅଧିକ ଲାଗୁଛି । କେବଳ ଇଣ୍ଡିଆନ ଏୟାର ଲାଇନ୍ସ ନୁହେଁ ଏହି ମାର୍ଗରେ ଯାଉଥିବା ଘରୋଇ କ୍ଷେତ୍ରର ବିମାନକମ୍ପାନୀ ମାନେ କ୍ଷତି ଯୋଗୁ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି । ଖାସ ଏହି କାରଣରୁ ଆମେରିକୀୟ ବିମାନ ସେବା କମ୍ପାନୀ ୟୁନାଇଟେଡ ନୂଆଦିଲ୍ଲୀ-ନ୍ୟୁୟର୍କ ବିମା ସେବା ବନ୍ଦ କରିଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.