LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହଜାରେ ପାଇଲଟଙ୍କୁ ନିଯୁକ୍ତି କରିବାକୁ ଯାଉଛି ଏୟାର ଇଣ୍ଡିଆ, ବିଜ୍ଞାପନ ଜାରି କଲା ଏୟାରଲାଇନ୍

27/04/2023 at 5:09 PM

ନୂଆଦିଲ୍ଲୀ, ୨୭/୦୪: ଏୟାର ଇଣ୍ଡିଆ ୧୦୦୦ ପାଇଲଟଙ୍କ ନିଯୁକ୍ତି କରିବାକୁ ଯାଉଛି। ଟାଟା ଗ୍ରୁପ୍‌ ସ୍ବାମୀତ୍ବରେ ଥିବା ଏୟାର ଇଣ୍ଡିଆ ନୂତନ ଭାବେ ଏହି ପାଇଲଟଙ୍କ ନିଯୁକ୍ତି କରିବ। ଏଥିରେ ସିନିୟର ପାଇଲଟଙ୍କ ବ୍ୟତୀତ ଟ୍ରେନର ମଧ୍ୟ ସାମିଲ୍‌ ହେବେ। ଏନେଇ ଓ୍ବାର୍ଲ୍ଡ ପାଇଲଟ୍ସ ଡେ ଅବସରରେ ଏୟାର ଇଣ୍ଡିଆ ଘୋଷଣା କରିଛି। ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆର ବିସ୍ତାର ଯୋଜନା ଅନୁଯାୟୀ ନୂଆ ଏୟାରକ୍ରାଫ୍ଟର ଅର୍ଡର ଦେଇଛି। ଆଉ ଏବେ ଏୟାରଲାଇନ୍ସ ବଡ଼ ଆକାରରେ ପାଇଲଟଙ୍କ ନିଯୁକ୍ତି କରିବାକୁ ଯାଉଛି।

କମ୍ପାନୀ ତରଫରୁ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ ଏୟାରଲାଇନ ୧ ହଜାର ପାଇଲଟଙ୍କ ନିଯୁକ୍ତ କରିବ।  ଏ୩୨୦, ବି୭୭୭, ବି୭୮୭ ଏବଂ ବି୭୩୭ ବିମାନ ପାଇଁ କ୍ୟାପ୍ଟେନ, ଫାର୍ଷ୍ଟ ଅଫିସର ଏବଂ ଟ୍ରେନର ପଦ ପାଇଁ ନିଯୁକ୍ତ କରାଯିବ। ଏହା ସହ ଆଉ ୫୦୦ ବିମାନ ଯୋଡ଼ାଯିବା କଥା ମଧ୍ୟ କହିଛି। ବର୍ତ୍ତମାନ ଏୟାର ଇଣ୍ଡିଆ ପାଖରେ ୧୮୦୦ ପାଇଲଟ ରହିଛନ୍ତି।

ଗୋଟିଏ ପଟେ ଏୟାର ଇଣ୍ଡିଆ ନୂଆ ପାଇଲଟଙ୍କ ନିଯୁକ୍ତି କରିବାକୁ ଯାଉଥିବାବେ​‌ଳେ ଅନ୍ୟପଟେ ବିମାନ କମ୍ପାନୀ ପଇଁ ଅସୁବିଧା ମଧ୍ୟ ବଢ଼ିଛି। ଏୟାରଇଣ୍ଡିଆର ପାଇଲଟ ଦରମା ଢାଞ୍ଚାରେ ପରିବର୍ତ୍ତନକୁ ନେଇ ଏବେ ଅସୁବିଧା ଉପୁଜିଛି। ଏୟାର ଇଣ୍ଡିଆର ୧୫୦୦ରୁ ଅଧିକ ପାଇଲଟ ଅଭିଯୋଗ କରିଛନ୍ତି ଯେ ପାଇଲଟଙ୍କ କଥାକୁ ଅଣଦେଖା କରାଯାଉଛି ଏବଂ ତାଙ୍କ ସହ ଠିକ୍ ବ୍ୟବହାର କରାଯାଉନାହିଁ। ଏୟାର ଇଣ୍ଡିଆ ପାଇଲଟ୍ସ  ୟୁନିୟନ, ଇଣ୍ଡିଆନ ପାଇଲଟ୍ସ ଆସୋସିଏସନ (ICPA) ଏବଂ ଇଣ୍ଡିଆନ୍‌ ପାଇଲଟ ଗିଲ୍ଡ (IPG) ପାଇଲଟ ଏବଂ କ୍ୟାବିନ୍‌ କର୍ମଚାରୀଙ୍କ ଦରମା ବୃଦ୍ଧି ଢ଼ାଞ୍ଚାକୁ ଖାରଜ କରିଛି।

   Related Posts