ଏୟାର ଇଣ୍ଡିଆର ଐତିହାସିକ ଚୁକ୍ତି; ଆଉ ୩୭୦ ଜେଟ୍ ପାଇଁ ଅର୍ଡର୍ ଦେବ, ମୋଟ ୮୪୦ ବିମାନ କିଣିବ କମ୍ପାନୀ

Published By : Prameya-News7 Bureau | February 16, 2023 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେସାମରିକ ବିମାନ କିଣିବା ସଉଦା ଆହୁରି ବଡ଼ ହେବ। ଏମିତିରେ କମ୍ପାନୀ ଆମେରିକା ଓ ଫ୍ରାନ୍ସ ସହ ଚୁକ୍ତି କରି ୪୭୦ ବିମାନ କିଣି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛି। ଏବେ ପୁଣି ୩୭୦ ଜେଟ୍ କିଣିବାକୁ ଚାହୁଁଛି କମ୍ପାନୀ। ଆସନ୍ତା ୧୦ ବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ୩୭୦ ଜେଟ୍‌ ବିମାନ କିଣାଯିବ ବୋଲି କମ୍ପାନୀ ସୂଚନା ଦେଇଛି। ଏନେଇ ଏୟାର୍‌ଲାଇନ୍‌ ବାଣିଜ୍ୟିକ ଓ ପରିବର୍ତ୍ତନ ଅଧିକାରୀ ନିପୁଣ ଅଗରୱାଲ ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ଟାଟା ପକ୍ଷରୁ ୪୭୦ ବିମାନ କିଣିବା ନେଇ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଫ୍ରାନ୍ସର ଏୟାରବସ ସହ ଚୁକ୍ତି କରି ୨୫୦ ବିମାନ ଓ ଆମେରିକାର ବୋଇଂ ସହ ଚୁକ୍ତି ୨୨୦ଟି ବିମାନ କିଣିବାକୁ ଘୋଷଣା କରିଥିଲା କମ୍ପାନୀ। ବର୍ତ୍ତମାନ ଅଗରୱାଲ୍‌ଙ୍କ ଘୋଷଣା ପରେ ଟାଟା ମୋଟ ୮୪୦ ବିମାନ କିଣିବା ନେଇ ସ୍ଥିର ହୋଇଛି।    

ଏନେଇ ନିପୁଣ ନିଜ ଲିଙ୍କଡିନରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷ ଭିତରେ ୪୭୦ ବଡ଼ ବିମାନ ସହ ୩୭୦ ଅତିରିକ୍ତ ବିମାନ ଏୟାର ବସ୍ ଓ ବୋଇଂ ଠାରୁ କିଣାଯିବା। ସେଥିମଧ୍ୟରୁ ୨୧୦ଟି A320/321Neo/XLR ବିମାନ ଓ ୪୦ ଟି A350-900/1000 କିଣାଯିବ। ବୋଇଂ ଫାର୍ମକୁ ୧୯୦ଟି  B737Max, ୨୦ଟି B787s ଏବଂ ୧୦ ଟି B777s  କିଣିବାକୁ ଅର୍ଡର ଦିଆଯାଇଛି।" ସେହିପରି ଇଞ୍ଜିନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସିଏଫ୍‌ଏମ୍ ଇଣ୍ଟରନ୍ୟାସ୍‌ନାଲ, ରୋଲ୍ସ ରୟସ ଓ ଜିଇ ଏରେସ୍ପେସ୍‌ ସହ ଚୁକ୍ତି ହୋଇଛି ବୋଲି ନିପୁଣ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.