Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରତି ମାସରେ ୬୦୦ କ୍ୟାବିନ କର୍ମଚାରୀ ଓ ପାଇଲଟ୍‌ ନିଯୁକ୍ତି ଦେବ ଏୟାର ଇଣ୍ଡିଆ: ସିଇଓ

29/05/2023 at 6:52 PM

ନୂଆଦିଲ୍ଲୀ: ଗତବର୍ଷ ଜାନୁଆରୀ ମାସରେ ଭାରତ ସରକାରଙ୍କ ଠାରୁ ଏୟାର ଇଣ୍ଡିଆ କିଣିବା ପରେ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ନିତ କରିବାକୁ ଲାଗିପଡ଼ିଛି ଟାଟା ଗ୍ରୁପ୍। ପାଞ୍ଚ ବର୍ଷ ପାଇଁ ଏଥିରେ ପରିର୍ତ୍ତନର ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ମାସରେ ନିଯୁକ୍ତି ଘୋଷଣା କରିଛନ୍ତି ଏୟାର ଇଣ୍ଡିଆ ସିଇଓ କାମ୍ପବେଲ୍ ୱିଲ୍‌ସନ।

ପ୍ରତିମାସରେ ୫୫୦ କ୍ୟାବିନ କର୍ମଚାରୀ ଓ ୫୦ ପାଇଲଟଙ୍କୁ ନିଯୁକ୍ତି ମିଳିବ ବୋଲି ୱିଲସନ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ୬ ଓସାରିଆ ଏ୩୫୦ ବିମାନ ଉଡ଼ାଣ ସେବାର ସାମିଲ୍ କରିବା ବୋଲି ସୂଚନା ମିଳିଛି। ଘାଟା  ଚାଲୁଥିବା ଏୟାର ଇଣ୍ଡିଆକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ କମ୍ପାନୀ ଏଥିରେ ଅନେକ ପରିବର୍ତ୍ତନ କରିଛି। ଏମିତିକି ବିଶ୍ୱର ସବୁଠାରୁ ବଡ଼ ବିମାନ କିଣା ଡିଲ୍‌ରେ ୪୭୦ ବିମାନ କିଣିବାକୁ କମ୍ପାନୀ ଘୋଷଣା କରିଥିଲା।

BT EXCLUSIVE: Cost savings achieved from integrated Air India to be passed  on to passengers, says CEO - BusinessToday - Issue Date: Mar 19, 2023
ଏୟାର ଇଣ୍ଡିଆ ସିଇଓ କାମ୍ପବେଲ୍ ସିଇଓ

ପଢ଼ନ୍ତୁ- ବିମାନ ସେବା କ୍ଷେତ୍ରରେ ପୁଣି ଆଧିପତ୍ୟ ଜାରି କରିବ ଟାଟା, ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ବିମାନରେ ନିଯୁକ୍ତ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ଏମ୍‌ଡି ତଥା ୱିଲସନ କହିଛନ୍ତି କହିବାକୁ ସେମିତି କିଛି ଟାର୍ଗେଟ୍ ନାହିଁ। କିନ୍ତୁ ୫୫୦ କ୍ୟାବିନ୍ କ୍ରୁ ସଦସ୍ୟଙ୍କ ସହ ୫୦ ପାଇଲଟ ପ୍ରତି ମାସରେ ଟ୍ରେନିଂ ପାଇଁ ନେବାକୁ ଲକ୍ଷ ରହିଛି। କର୍ମଚାରୀଙ୍କ କଥା ଦେଖିଲେ ଘରୋଇ ସଂସ୍ଥାର ଏହା ୧୦ ଗୁଣା ଓ ପାଇଲଟଙ୍କ କଥା ଦେଖିଲେ ଏହା ୫ ଗୁଣା ହେବ। ତେବେ ଚଳିତ ବର୍ଷ ପାଇଁ  ଅଧିକାଂଶ ସମୟରେ ଏଭଳି ନିଯୁକ୍ତି ଜାରି ରହିବ। ତେବେ ବର୍ଷ ଶେଷ ବେଳକୁ ଏହା କମିଯାଇ ୨୦୨୪ ବେଳକୁ ପୁଣି ଆରମ୍ଭ ହେବ।

Air India withdraws offer of employment for cabin crew, cites dismal  aviation scenario | Business News – India TV

ସେହିପରି ଏୟାର ଇଣ୍ଡିଆ ସହ, ଏୟାର ଇଣ୍ଡିଆ ଏକ୍ସପ୍ରେସ,ଏୟାର ଏସିଆ ଇଣ୍ଡିଆ ଓ ବିସ୍ତାରାକୁ ଯୋଡ଼ିବା ନେଇ ୱିଲ୍‌ସନ କହିଛି ମାମଲା ଡିଜିସିଏ ପାଖରେ ଅଛି। ପରିଚାଳନା ପ୍ରାଧିକରଣ ଅନୁମତି ଦେଲେ ମିଶିବ। ୪ ଏୟାର ଲାଇନ୍‌କୁ ମିଶାଇ ମୋଟ ୨୦ ହଜାର କର୍ମଚାରୀ ଏଥିରେ କାମ ରିବେ ବୋଲି ୱିଲ୍‌ସନ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏୟାର ଇଣ୍ଡିଆ ପାଖରେ ୧୨୨ ବିମାନ ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ୬ଟି ଓସାରିଆ ଏ୩୫୦ ବିମାନ ସେବାରେ ସାମିଲ ହେବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ୯ବି୭୭୭କୁ ଭଡ଼ାରେ ନେଇଛି।  

ପଢ଼ନ୍ତୁ- ଏୟାର ଇଣ୍ଡିଆର ଐତିହାସିକ ଚୁକ୍ତି; ଆଉ ୩୭୦ ଜେଟ୍ ପାଇଁ ଅର୍ଡର୍ ଦେବ, ମୋଟ ୮୪୦ ବିମାନ କିଣିବ କମ୍ପାନୀ

Air India to add over 4200 cabin crew, 900 pilots in 2023 | The  Rahnuma-E-Deccan Daily

ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏୟାର ଇଣ୍ଡିଆ କମ୍ପାନୀ ବିଶ୍ୱର ସବୁଠାରୁ ବଡ଼ ବିମାନ କିଣା ଡିଲ୍ ଘୋଷଣା କରି ୪୦ ଓସାରିଆ ବିଶିଷ୍ଟ ଏ୩୫୦ ବିମାନ ସହ ମୋଟ ୨୫୦ ଏୟାର କ୍ରାଫ୍ଟ  କିଣିବ ବୋଲି ଘୋଷଣା କରିଥିଲା। ସେହିପରି ଆମେରିକାର ବୋଇଁ ଠାରୁ ୨୨୦ ଏୟାର ବସ୍ ବିମାନ କିଣିବ ବୋଲି ବି ଘୋଷଣା କରିଥିଲା କମ୍ପାନୀ।

   Related Posts