ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ବିମାନରେ ବୋମା । ଏୟାର ଇଣ୍ଡିଆ-AI119 ଫ୍ଲାଇଟରେ ବମ୍ ଥିବା ନେଇ ଧମକ ମିଳିଛି । ଫଳରେ ସୋମବାର ବିମାନକୁ ରାଜଧାନୀ ଦିଲ୍ଲୀକୁ ଡାଇର୍ଭଟ୍ କରାଯାଇଛି । ବିମାନର ସୁରକ୍ଷିତ ଅବତରଣ ପରେ ଯାଞ୍ଚ କରାଯାଉଛି ।
ଦିଲ୍ଲୀ ପୋଲିସ ସୂଚନା ମୁତାବକ, ମୁମ୍ବାଇରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ରାତି ପ୍ରାୟ ୨ଟା ସମୟରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରୁ ନ୍ୟୁୟର୍କ ପାଇଁ ଉଡ଼ାଣ ଭରିଥିଲା । ଫ୍ଲାଇଟ୍ ଟେକ୍-ଅପ୍ କରିବାର କିଛି ସମୟରେ ବୋମା ଧମକ ମିଳିଥିଲା । ବିମାନକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଏହା ପରେ ଫ୍ଲାଇଟ୍ର ଗତିପଥ ତୁରନ୍ତ ପରିବର୍ତ୍ତନ କରାଯାଇଥିଲା । ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଉଥିଲା । ପ୍ରୋଟକଲ୍ ଅନୁଯାୟୀ, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଛାନବିନ୍ ଆରମ୍ଭ କରିଛି ବମ୍ ସ୍କ୍ବାଡ୍ ଏବଂ ଦିଲ୍ଲୀ ପୋଲିସ । ଏପର୍ଯ୍ୟନ୍ତ ବିମାନରେ ବୋମା ଥିବାର କୌଣସି ସନ୍ଧାନ ମିଳିନାହିଁ । ପୋଲିସ ସମସ୍ତ ଯାତ୍ରୀଙ୍କୁ ସହଯୋଗ କରିବାକୁ ଅପିଲ୍ କରିଛି ।