ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଟଏଲେଟ୍ ଟିସୁ ପେପରରେ ଧମକପୂର୍ଣ୍ଣ ମେସେଜେ

Published By : Prameya-News7 Bureau | May 16, 2024 IST

ମୁମ୍ଵାଇ ୧୬।୦୫: ଏୟାର ଇଣ୍ଡିଆ ବିମାନରେ ଏକ ବୋମା ଥିବା ନେଇ ସୂଚନା ମିଳିଛି। ଯେଉଁଥିପାଇଁ ବିମାନବନ୍ଦର ଅଧିକାରୀ ଏବଂ ବିମାନ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ବିମାନ ଓହ୍ଲାଇଯାଇଥିଲେ। ଏହା ପରେ କୁକୁର ଏବଂ ବୋମା ସ୍କ୍ଵାଡ୍‌ ସହିତ ସର୍ଚ୍ଚ ଅପରେସନ କରାଯାଇଥିଲା। ବିମାନର ପ୍ରତ୍ୟେକ କୋଣ ଅନୁଧ୍ୟାନ କରାଯାଇଥିଲା। ଯାତ୍ରୀଙ୍କ ପ୍ରତ୍ୟେକ ସାମଗ୍ରୀ ମଧ୍ୟ ଯାଞ୍ଚ କରାଯାଇଥିଲା, କିନ୍ତୁ ସନ୍ଦେହଜନକ କିଛି ମିଳି ନଥିଲା । 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ୧୫ ମେ’ ୨୦୨୪ ସନ୍ଧ୍ୟା ୭.୩୦ ସମୟରେ ଘଟିଥିଲା। ଏୟାର ଇଣ୍ଡିଆର ବିମାନ ଗୁଜୁରାଟର ବଡୋଦରା ଅଭିମୁଖେ ଯାତ୍ରା କରିଥାଆନ୍ତା। ଏହି ସମୟରେ ବିମାନର ଶୌଚାଳୟରେ ଏକ ଟିସୁ ପେପର ମିଳିଥିଲା । ଯେଉଁଥିରେ ବୋମା ଲେଖାଯାଇଥିଲା। ଏହାକୁ ଜଣେ ଯାତ୍ରୀ ପଢିଥିଲେ , ପରେ ସେ ଠାରୁ ପ କ୍ରୁ ସଦସ୍ୟମାନଙ୍କୁ ଜଣାଇ ଦିଆଯାଇଥିଲା। ଏହା ପରେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏବେ ଘଟଣାର ଯାଞ୍ଚ ଚାଲିଛି। ବୋମା ବିଷୟରେ ସୂଚନା ଏକ ଗୁଜବ ବୋଲି ବିବେଚନା କରାଯାଉଛି ।ତଥାପି, ବିମାନ ସେବା ଏବଂ ବିମାନବନ୍ଦର ଅଧିକାରୀମାନେ ଘଟଣାର ତଦନ୍ତରେ ବ୍ୟସ୍ତ ଅଛନ୍ତି।


ଗତ କିଛି ଦିନ ହେବ ଲଗାତାର ବୋମା ଧମକ ସାମ୍ନାକୁ ଆସିଛି। ପ୍ରଥମେ ଦିଲ୍ଲୀ-ଏନସିଆରର ଘରୋଇ ବିଦ୍ୟାଳୟରେ ବୋମା ବିପଦ ଥିବା ଏକ ଇମେଲ ଆସିଥିଲା। ଏହା ପରେ ଗୁଜୁରାଟ ଏବଂ ପରେ ରାଜସ୍ଥାନର ବିଦ୍ୟାଳୟରେ ଧମକ ମିଳିଥିଲା। ଏତିକି ନୁହେଁ ଦିଲ୍ଲୀର ଡାକ୍ତରଖାନା ଏବଂ ଆଇଜି ବିମାନ ବନ୍ଦରକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା। କିନ୍ତୁ ସମସ୍ତ ଧମକ କେବଳ ଗୁଜବ ରୂପେ ପରିଣତ ହୋଇଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ବିମାନରେ ଏକ ବୋମା ଗୁଜବ ପ୍ରଚାରିତ ହୋଇଛି। ଭାରତୀୟ ପୋଲିସ ବିଭାଗ ଏହି ଧମକକୁ ଗମ୍ଭୀରତାର ସହ ନେଇ ତଦନ୍ତରେ ବ୍ୟସ୍ତ ଅଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.