ମୋର AAIB ଉପରେ ଭରସା ଅଛି ; ଏୟାର ଇଣ୍ଡିଆ ଦୁର୍ଘଟଣାକୁ ନେଇ ପାଶ୍ଚାତ ମିଡ଼ିଆ ଉପରେ ବର୍ଷିଲେ ବିମାନ ଚଳାଚଳ ମନ୍ତ୍ରୀ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁ ରବିବାର କହିଛନ୍ତି ଯେ , ସରକାର କୌଣିସ ନିଷ୍କର୍ଷ ବାହାର କରିବା ପୂର୍ବରୁ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାର ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିବେ। ସେ ପାଶ୍ଚାତ୍ ମିଡ଼ିଆକୁ ନିନ୍ଦା କରି କହିଛନ୍ତି ଯେ, ସେମାନେ ଅନୁମାନରୁ ନିବୃତ୍ତ ରୁହନ୍ତୁ ଏବଂ ଭାରତରେ ବ୍ଲାକ୍‌ ବକ୍ସ ଡାଟାକୁ ସଫଳତାପୂର୍ବକ ଡିକୋଡ୍ କରିବା ପାଇଁ ବିମାନ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି)ର ପ୍ରଂଶସା କରନ୍ତୁ। ସେ କହିଛନ୍ତି , ଏଏଆଇବି ସବୁ, ବିଶେଷ ରୂପେ ପାଶ୍ଚାତ ମିଡ଼ିଆ ହାଉସ୍‌ ପାଇଁ ଏକ ଅପିଲ କରିଛନ୍ତି , ଯାହା କି ସେ ଯେଉଁ ପ୍ରକାରର ଲେଖାକୁ ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି, ଏଥିରେ ନିହିତ ସ୍ୱାର୍ଥ ହୋଇପାରେ। ମୁଁ ଏଏଆଇବିକୁ ଭରସା କରୁଛି। ମୋର ବିଶ୍ୱାସ ଯେ ସେ କାମ କରୁଛନ୍ତି। 

ସେ ବ୍ଲାକ୍‌ ବକ୍ସର ଡାଟା ପ୍ରାପ୍ତ କରିବା ପାଇଁ ବିଦେଶ ବିଦେଶ ପଠାଯିବା ବଦଳରେ ଦେଶରେ ହିଁ ଏହାର ଫଳାଫଳ ହାସଲ କରିବାକୁ ଏକ ବଡ଼ ଉପଲବ୍ଧି କହିଛନ୍ତି। ସେ କହିଛନ୍ତି , ଏହା ଆମ ପାଇଁ ଏକ ବହୁତ ବଡ଼ ସଫଳତା ଥିଲା। କାରଣ ଗତ ଘଟଣାରେ ପ୍ରତିଥର ବିମାନ ଦୁର୍ଘଟଣା ପରେ ବ୍ଲାକ୍‌ ବକ୍ସକୁ ବିଦେଶ ପଠାଯାଉ ଥିଲା, କିନ୍ତୁ ଏହା ପ୍ରଥମ ଥର ,ଯାହାକୁ ଏଏଆଇବି ସଫଳତାପୂର୍ବକ ସବୁକିଛି ଡିକୋଡ୍‌ କରି ଦେଇଛି। ଡାଟା ଏଠାରେ ଅଛି। ପ୍ରାରମ୍ଭିକ ରିପୋର୍ଟ ମଧ୍ୟ ଦେଖା ଯାଇଛି। ଯାଞ୍ଚ ପୂରା ହେବା ଯାଏ ସାବଧାନତା ଅବଲମ୍ୱନ କରିବା ପାଇଁ ଦର୍ଶାଇ ମନ୍ତ୍ରୀ କହିଛନ୍ତି ଯେ, ଏହି ସ୍ତରରେ ନିଷ୍କର୍ଷ ବାହାର କରିବା ଅନୁଚିତ ହେବ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ଚୂଡାନ୍ତ ରିପୋର୍ଟ ଆସିବା ଯାଏ କିଛି ବି ଟିପ୍ପଣୀ କରିବା, ମୋତେ ଲାଗୁନି ଯେ, ଏହା କାହାରି ପକ୍ଷରୁ ଭଲ ଅଭ୍ୟାସ। ଆମେ ବହୁତ ସତର୍କ ରହିବା ସହ ରିପୋର୍ଟକୁ ଭଲଭାବେ ଅଧ୍ୟୟନ କରୁଛୁ, ଏବଂ ସୁରକ୍ଷା ସନ୍ଦର୍ଭରେ ଯାହା କିଛି ବି ଆବଶ୍ୟକ, ଆମେ ଏହାକୁ କରିବାକୁ ପ୍ରସ୍ତୁତ। ସେ ଧୈର୍ଯ୍ୟର ଆବଶ୍ୟକତାକୁ ଦୋହରାଇ ଓ ବିମାନ ସୁରକ୍ଷା ପ୍ରତି ସରକାରଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ। ସେ କହିଛନ୍ତି , ଘଟଣା ଓ ଯାଞ୍ଚ ବିଷୟରେ , ଆମେ କିଛି ବି କହିବା ପୂର୍ବରୁ ଚୂଡ଼ାନ୍ତ ରିପୋର୍ଟର ଅପେକ୍ଷା କରିବାକୁ ହେବ।

କହି ରଖୁଛୁ କି, ଏଏଆଇବି ନିକଟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକ ପ୍ରାରମ୍ଭିକ ରିପୋର୍ଟ ଜାରି କରିଥିଲା ,ଯେଉଁଥିରେ କୁହାଯାଇଥିଲା ଯେ, ଟେକଅଫ୍ କରିବା ପରେ ବିମାନର ଇନ୍ଧନ ସହ ଜଡ଼ିତ ବଟନ ରନୱେରୁ କଟଅଫ୍‌ ହୋଇଯାଇ ଥିଲା। ଏହି କାରଣରୁ ବିମାନର ଇଞ୍ଜିନ ଯାଏ ଇନ୍ଧନ ପହଞ୍ଚିବା ବନ୍ଦ ହୋଇଗଲା। ହେଲେ , ଯେମିତି ପାଇଲଟ ଏହାକୁ ଦେଖିଲେ ତୁରନ୍ତ ପୁନର୍ବାର ଇନ୍ଧନ ଚାଲୁ କରିଥିଲେ , କିନ୍ତୁ ସେତେବେଳକୁ ବହୁତ ବିଳମ୍ୱ ହୋଇ ସାରିଥିଲା। ଏହି ସମୟରେ , ଜଣେ ପାଇଲଟ ଅନ୍ୟ ଜଣଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ କଣ ଇନ୍ଧନର ବଟନ ବନ୍ଦ କରିଛନ୍ତି, ଯାହାକୁ ଦ୍ୱିତୀୟ ପାଇଲଟ ମନା କରିଥିଲେ। ହେଲେ ଏହାପରେ ଆମେରିକୀୟ ମିଡ଼ିଆ ହାଉସ୍‌ ୱାର୍ଲ୍ଡ ଷ୍ଟ୍ରିଟ୍ ଜର୍ନାଲ ସମେତ ଅନ୍ୟ ଏକ ରିପୋର୍ଟରେ ଗୁରୁତର ଅଭିଯୋଗ ଲଗାଇ ଥିଲେ। ସେ ଦାବି କରିଥିଲେ ଯେ,ଫ୍ଲାଇଟ୍‌ର କ୍ୟାପଟେନ ସୁମିତ ସଭରୱାଲ ଇନ୍ଧନର ସ୍ୱିଚକୁ କଟଅଫ୍‌ କରିଥିଲେ। ଏହି ଦାବିକୁ ଏଏଆଇବି ଖାରଜ କରି ଦେଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.