ଐତିହାସିକ ନିଷ୍ପତ୍ତି: ଏୟାର ଇଣ୍ଡିଆକୁ ମଜଭୁତ କରିବାକୁ ୫୦୦ ବିମାନ କିଣିବ ଟାଟା କମ୍ପାନୀ!
11/12/2022 at 7:22 PM

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ମୁଖ୍ୟ ବିମାନସେବା ପ୍ରଦାନକାରୀ କମ୍ପାନୀରେ ପରିଣତ କରିବାକୁ ଟାଟା ଗ୍ରୁପର ଐତିହାସିକ ପଦକ୍ଷେପ। ମିଲିୟନ୍ସ ଡଲାର ଖର୍ଚ୍ଚ କରି ୫୦୦ ନୂଆ ବିମାନ କିଣିବ କମ୍ପାନୀ। ରଟର୍ସରେ ଏ ନେଇ ଖବର ପ୍ରକାଶ ପାଇଛି। ଉଭୟ ଏୟାର ବସ୍ ଓ ବୋଇିଂ ବିମାନ କିଣିବାକୁ କମ୍ପାନୀ ଯୋଜନା କରୁଥିବା ରୟଟର୍ସରେ ଖବର ପ୍ରକାଶ ପାଇଛି।
ଏହି ବିମାନ ମଧ୍ୟରୁ ୪୦୦ ଅଣଓସାରିଆ ଜେଟ୍ସ ଓ ୧୦୦ଟି ଓସରିଆ ବିମାନ ରହିଛି। ଏଥିରେ ଏୟାରବସ A350s , ବୋଇଂ 787s ଏବଂ 777s ବିମାନ ବି ରହିଛି। ଏହି ଡିଲ୍ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଥିବା ରୟଟର୍ସ ଖବର ପ୍ରକାଶ କରିଛି। ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ବର୍ତ୍ତମାନ ସମୟରେ କିଛି କୁହାଯାଇପାରିବ ନାହିଁ ବୋଲି ଟାଟା କହିଛି। ଯଦି ଏହି ଖବର ସତ ହୋଇଥାଏ ତେବେ ଏହା ବିଶ୍ୱର ଏକ ବୃହତ ବିମାନ ବ୍ୟବସାୟିକ ଚୁକ୍ତି ହେବ। ବିଶ୍ୱସ୍ତରରେ ଏୟାର ଇଣ୍ଡିଆକୁ ପ୍ରତିଷ୍ଠିତ କରିପାରିବ।
ବର୍ତ୍ତମାନ ଏୟାର ଏଣ୍ଡିଆରେ ବଡ଼ ପରିବର୍ତ୍ତନ ଦିଗରେ କାମ କରୁଛି। ଏଥିପାଇଁ ୧୨ ଜେଟ୍ଲାଇନର, ୬ ଓସାରିଆ ଓ ଅଣଓସାରିଆ ବିମାନ ଲିଜ୍ରେ ବି ଦେଇଛି କମ୍ପାନୀ। ସେହିଭଳି କାମରେ ଆସୁନଥିବା ବିମାନକୁ ମରାମତି କରିବାକୁ ମଧ୍ୟ କମ୍ପାନୀ ଘୋଷଣା କରିଛି। ଅନ୍ୟପକ୍ଷରେ ଟାଟା ଭିସ୍ତାରା ଓ ଏୟାର ଇଣ୍ଡିଆକୁ ମିଶାଇ ଦେଇଛି। ଯେଉଥିରେ ସିଙ୍ଗାପୁର ଏୟାରଲାଇନ୍ସରେ ୨୫.୧ ପ୍ରତିଶତ ଅଂଶଧନ ରହିଛି। ୨୦୨୪ ସୁଧା ଏହି ଚୁକ୍ତି ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି।