ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ, ରେଳବାଇ ଥାନାରେ ଏତଲା

Published By : Prameya-News7 Bureau | June 23, 2022 IST

ଭୁବନେଶ୍ୱର ୨୩/୦୬: ଦେଶ ଜଗିଛନ୍ତି ବାପା, ହେଲେ ଝିଅ ଅସୁରକ୍ଷିତ । ଭୁବନେଶ୍ୱରରେ ହଜିଗଲେ କୋଲକାତାର AERO space ଇଂଜିନିରିୟରିଂ ଛାତ୍ରୀ ତଥା ଯବାନଙ୍କ ଝିଅ ସ୍ୱିଟି ରୟ । ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ୨୦ ବର୍ଷ ବୟସ୍କ ଝିଅ ସ୍ୱିଟି ଗତକାଲି ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ନିଖୋଜ ହୋଇ ଯାଇଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଚନ୍ତି । ଭୁବନେଶ୍ୱର କୋଳଥିଆ ଛକ ନିକଟରେ ଥିବା ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ଗତକାଲି ରାତି ୮.୨୫ରେ ୬ ନମ୍ବର ପ୍ଲାଟଫର୍ମରେ ପହଁଞ୍ଚିବା ପରଠୁ ତାଙ୍କର ଫୋନ ବନ୍ଦ ଅଛି । ଏପର୍ଯ୍ୟନ୍ତ ସ୍ୱିଟିଙ୍କର କୌଣସି ଖୋଜ ଖବର ମିଳିନି । କୌଣସି ସନ୍ଧାନ ମିଳୁନାହିଁ ।

ଏ ନେଇ ରେଳବାଇ ଥାନାରେ ଏତଲା ଦେଇଛନ୍ତି ସମ୍ପର୍କୀୟ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଁଚୁଥିବା ନେଇ ସୂଚନା ମିଳିଛି । ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ମଧ୍ୟ ସନ୍ଦେଶ ଘେରରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.