ପାକିସ୍ତାନ ଏୟାରଲାଇନସ୍‌ର ଅଭିଯୋଗ, ଏୟାର ହଷ୍ଟେସ୍‌ଙ୍କ ପୋଷାକ ଯୋଗୁ ଖରାପ ହେଉଛି ଦେଶର ଛବି

Published By : Prameya-News7 Bureau | September 29, 2022 IST

ଇସ୍ଲାମାବାଦ ୨୯।୯: ପାକିସ୍ତାନ ଫ୍ଲାଇଟ୍ ସର୍ଭିସେସ୍ ଜେନେରାଲ ମ୍ୟାନେଜର ଅମୀର ବଶିର ଢଙ୍ଗରେ ପୋଷାକ ପିନ୍ଧୁନଥିବା ଏୟାର ହଷ୍ଟେସ୍‌ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଛନ୍ତି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ଏୟାର ହଷ୍ଟେସଙ୍କ ସାଦା ପୋଷାକ ପରିଧାନ ଉପରେ ଆପତ୍ତି କରିଛନ୍ତି। ଏଣୁ ଫ୍ଲାଇଟ୍ ସର୍ଭିସେସ୍ ଜେନେରାଲ ମ୍ୟାନେଜରଏୟାର ହଷ୍ଟେସଙ୍କ ଡ୍ରେସ୍‌କୁ ନେଇ ଆଦେଶ ଜାରି କରିଛନ୍ତି।

ପିଆଇଏଙ୍କ ଏହି ଆଦେଶରେ ଏୟାର ହଷ୍ଟେସ ସାଦା ପୋଷାକ ପିନ୍ଧିଲେ ମଧ୍ୟ ଅନ୍ତଃବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଜେନେରାଲ ଅମୀର ବଶିର କହିଛନ୍ତି ଯେ ତାଙ୍କୁ ଏୟାରହଷ୍ଟେସ୍‌ଙ୍କ ସମ୍ପର୍କରେ ଅନେକ ଅଭିଯୋଗ ମିଳିଛି। ଯେବେ ଏୟାର ହଷ୍ଟେସମାନେ ଅଫିସକୁ ଆସନ୍ତି, ହୋଟେଲରେ ରୁହନ୍ତି କି ଅନ୍ୟ ସହର ଲାଗି ଯାତ୍ରା କରନ୍ତି ସେମାନେ ଠିକ ଢଙ୍ଗରେ ପୋଷାକ ପିନ୍ଧିନଥାନ୍ତି ବୋଲି ଏହି ସବୁ ଅଭିଯୋଗରେ କୁହାଯାଇଛି।

{"id":690032,"sizeSlug":"full","linkDestination":"none"}

ଫ୍ଲାଇଟ୍ ଆଟେଣ୍ଡାଣ୍ଟମାନେ ଢଙ୍ଗରେ ପୋଷାକ ପିନ୍ଧୁନଥିବାରୁ ପିଆଇଏର ଛବି ଖରାପ ହେଉଛି ବୋଲି ବସିର କହିଛନ୍ତି। ଏଣୁ ଗ୍ରୁମିଂ ଇନଷ୍ଟ୍ରକ୍ଟର୍ସ ଓ ସିଫ୍ଟ ଇନଚାର୍ଜମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ଏହା ସହ ଫ୍ଲାଇଟ୍ ସର୍ଭିସେସ୍ ଜେନେରାଲ ମ୍ୟାନେଜର ଗାଇଡଲାଇନ ପାଳନ କରୁନଥିବା ଓ ଢଙ୍ଗରେ ପୋଷାକ ପିନ୍ଧୁ ନଥିବା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

ତେବେ ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫଡେରେସନ (ଆଇଟିଡବ୍ଲୁଏଫ) ପିଆଇଏ ପାଇଲଟ ଓ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ଏକ୍ସଟ୍ରା ଡ୍ୟୁଟି ଟାଇମିଂକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଫେଡେରେସନ ଏହାକୁ ନେଇ ପିଆଇଏଙ୍କ ସିଇଓ ଅମୀର ହୟାତଙ୍କୁ ଏକ ପତ୍ର ଲେଖିଛନ୍ତି।ଏହି ପତ୍ରରେ କାର୍ଯ୍ୟଘଣ୍ଟା ବଢିବା ଯୋଗୁ ପାଇଲଟ ଓ କ୍ୟାବିନ କ୍ରୁଙ୍କ ପ୍ରଡକ୍ଟିଭିଟି ଓ ପରଫର୍ମାନ୍ସ ଉପରେ ପ୍ରଭାବ ପଡୁଥିବା କୁହାଯାଇଛି। ଏହି ପଦକ୍ଷେପ ନିୟମର ଉଲ୍ଲଂଘନ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

{"id":690033,"width":841,"height":1120,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ପିଆଇଏଙ୍କ ଏୟାରହଷ୍ଟେସଙ୍କ ଲାଗି ପ୍ରଶିଦ୍ଧ ଫ୍ରେଞ୍ଜ ଡିଜାଇନର ପିୟରେ କାର୍ଡିନ ୟୁନିଫର୍ମ ଡିଜାଇନ କରିଥିଲେ। ୧୯୫୦ ମସିହାରୁ ପିଆଇଏଙ୍କ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ନିମନ୍ତେ ଅନେକବାର ୟୁନିଫର୍ମ ବଦଳିଲାଣି। ଶେଷଥର ୨୦୧୬ ମସିହାରେ ୟୁନିଫର୍ମ ଡିଜାଇନ ହୋଇଥିଲା। ତେବେ ଏହାକୁ ନେଇ ଏବେ  ଫ୍ଲାଇଟ୍ ସର୍ଭିସେସ୍ ଜେନେରାଲ ମ୍ୟାନେଜର ଏବେ ଆପତ୍ତି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.