scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଯେପର୍ଯ୍ୟନ୍ତ ଚୀନ୍‌ ହଟିବନି ସେପର୍ଯ୍ୟନ୍ତ, ସେ ପର୍ଯ୍ୟନ୍ତ ଏୟାରଫୋର୍ସ LAC ଉପରେ ନଜର ରଖିବ’: ବାୟୁସେନା ମୁଖ୍ୟଙ୍କ କଡ଼ା ଆଭିମୁଖ୍ୟ

3/10/2023 at 9:16 PM

Air Chief Marshal VR Chaudhari

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ଏଲଏସିରେ ଚୀନର କାର୍ଯ୍ୟକଳାପ ଉପରେ ଲଗାତାର ନଜର ରଖିଛି। ଏଲଏସି ଉପରେ ପ୍ରାୟ ତିନି ବର୍ଷରୁ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି। ପ୍ରତିଉତ୍ତରରେ ଭାରତ ତରଫରୁ ଅତିରିକ୍ତ ସୈନ୍ୟ ନିୟୋଜିତ ରହିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଏୟାର ଚିଫ୍‌ ମାର୍ସଲ ବି.ଆର ଚୌଧୁରୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି।

ଏୟାର ଚିଫ୍‌ ମାର୍ସଲ ବି.ଆର ଚୌଧୁରୀ କହିଛନ୍ତି ଭାରତୀୟ ବାୟୁସେନା ଏଲଏସିରେ ଲଗାତାର ନଜର ରଖିଛିନ୍ତି । ଯେପର୍ଯ୍ୟନ୍ତ ଚୀନ୍‌ ପଛକୁ ନହଟିଚି ଆମେ ସେଠାରେ ନିୟୋଜିତ ରହିବୁ। ବାୟୁସେନା ଏଲଏସି ନିକଟରେ ସ୍ଥିତି ଉପରେ ଲଗାତାର ନଜର ରଖିଛି। ଏହା ସହ ସେ ଆଗାମୀ ବର୍ଷରେ ଭାରତୀୟ ବାୟୁସେନାକୁ ଆହୁରି ମଜବୁତ କରିବା କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ‘‘ବାୟୁସେନା ଆଗାମୀ ସାତ ଆଠ ବର୍ଷରେ ଅଢ଼େଇରୁ ତିନି ଲକ୍ଷ କୋଟ ଟଙ୍କାର ମିଲିଟାରୀ ପ୍ଲାଟଫର୍ମ, ଉପକରଣ ଏବଂ ହାର୍ଡଓୟାରକୁ ସାମିଲ୍ କରିବା ଉପରେ ବିଚାର କରୁଛି। ସେ କହିଛନ୍ତି ଯେ ବାୟୁ​‌ସେନା ଅତିରିକ୍ତ ୯୭ ହାଲୁକା ଲଢ଼ୁଆ ବିମାନ ତେଜସ ମାର୍କ ୧ଏ କିଣିବା ଯୋଜନାକୁ ଆଗକୁ ବଢ଼ାଉଛନ୍ତି।’’

ଆହୁରି ପଢ଼ନ୍ତୁ: ଶକ୍ତିଶାଳୀ ହେବ ବାୟୁସେନା, ୧୨ଟି Su-30MKI ଲଢ଼ୁଆ ବିମାନ କଣିବାକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାର

ବାୟୁସେନା ମୁଖ୍ୟ ଚୌଧୁରୀ କହିଛନ୍ତି ଏୟାରଫୋର୍ସକୁ ଏସ-୪୦୦ ମିସାଇଲ ପ୍ରଣାଳୀ ତିନି ୟୁନିଟ୍‌ ପ୍ରାପ୍ତ ହୋଇଛି ଏବଂ ବାକି ଦୁଇ ୟୁନିଟ୍‌ ଆଗାମୀ ବର୍ଷ ସୁଦ୍ଧା ମିଳିବା ନେଇ ଆଶା ରହିଛି। ବାୟୁସେନା ମୁଖ୍ୟ କହିଛନ୍ତି ଅଗ୍ନିପଥ ଯୋଜନାର ସଫଳତା ସୁନିଶ୍ଚିତ କରିବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରାଯାଉଛି।

ଅନ୍ୟପଟେ କେନ୍ଦ୍ର ସରକାର ପ୍ରଥମ ଥର ଭାରତ-ଚୀନ ସୀମାରେ ବର୍ଡର ଇଣ୍ଟେଲିଜେନ୍ସ ପୋଷ୍ଟ ସ୍ଥାପନ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବିଜିଂ ତରଫରୁ ସୈନ୍ୟ ଏବଂ ହତିଆରର ନିୟୋଜିତ ସହ ଜଡ଼ିତ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ପଦକ୍ଷେପ ଉଠାଇଛନ୍ତି। ପ୍ରତ୍ୟେକ ବିଆଇପିରେ ଗୁଇନ୍ଦା ବ୍ୟୁରୋର ୪ରୁ୫ ଅଧିକାରୀ ନିୟୋଜିତ ରହିବେ ଏବଂ ଆଇଟିବିପି ଜବାନ ତାଙ୍କର ସୁରକ୍ଷା କରିବେ। ଏହା ସହ ସେ କହିଛନ୍ତି ଏଲଏସିରେ ଆଇଟିବିର ପ୍ରାୟ ୧୮୦ ଚେକ୍‌ ପୋଷ୍ଟ ରହିଛି। ଯାହା ଏବେ ୪୫ ଆଉ ତିଆରି କରିବାକୁ ମଞ୍ଜୁରୀ ମିଳିଛି।

ଆହୁରି ପଢ଼ନ୍ତୁ: ଗଲୱାନ ସଂଘର୍ଷ ପରେ LACରେ ବଢିଥିଲା ସୈନ୍ୟ ମୁତୟନ, ୬୮ ହଜାର ସୈନିକଙ୍କୁ ପୂର୍ବ ଲଦ୍ଦାଖରେ ପହଞ୍ଚାଇଥିଲା ବାୟୁସେନା

   Related Posts