ଇମ୍ଫାଲ ଏୟାରପୋର୍ଟ ନିକଟରେ ହଠାତ୍ ଗାୟବ ହୋଇଗଲା ଅଜଣା ଉଡ଼ନ୍ତା ବିମାନ, ଖୋଜିବା ପାଇଁ ବାୟୁସେନା ପଠାଇଲା ଦୁଇ ରାଫେଲ୍ ଜେଟ୍

Published By : Prameya-News7 Bureau | November 20, 2023 IST

ଇମ୍ଫାଲ୍: ମଣିପୁର ଇମ୍ଫାଲ ଏୟାରପୋର୍ଟ ନିକଟରେ ୟୁଏଫ୍‌ଓ। ଆକାଶରେ ଅଜଣା ଉଡ଼ନ୍ତା ବିମାନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏହି ଖବର ମିଳିବା ପରେ ତୁରନ୍ତ ବାୟୁସେନା ପକ୍ଷରୁ ଏହାକୁ ଖୋଜିବା ପାଇଁ ଦୁଇଟି ରାଫେଲ ବିମାନ ପଠାଯାଇଥିଲା। ପ୍ରଥମ ବିମାନଟି ଖୋଜାଖୋଜି କରି ଥକି ଯାଇ ଫେରିବା ପରେ ଆଉ ଏକ ବିମାନ ବି ୟୁଏଫ୍‌ଓ ଖୋଜାଖୋଜି ପାଇଁ ପଠାଯାଇଥିଲା।

ହେଲେ ଅଜଣା ବିମାନର କୌଣସି ପତ୍ତା ମିଳି ନାହିଁ। ରବିବାର ଦିନ ୨.୩୦ ମିନିଟ୍‌ରେ ଏଭଳି ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହାସିମାରା ଏୟାର ବେସ୍‌ରୁ ରାଫେଲ ବିମାନ ଉଡ଼ି ଖୋଜାଖୋଜି କରିଥିଲା। ଘଟଣାକୁ ନେଇ ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ କୁହାଯାଇଛି ଏୟାର ଡିଫେନ୍ସ ରେସ୍‌ପନ୍ସ ମେକାନିଜମ ଆକ୍ଟିଭ୍ ରଖାଯାଇଛି।

ସଂସ୍ଥା ଟ୍ୱିଟ୍ କରି କହିଛି “ ଇମ୍ପାଲ ଏୟାରପୋର୍ଟରେ ଭିଡିଓ ଦେଖିବା ପରେ ଏୟାର ଡିଫେନ୍ସ ରେସ୍‌ପନ୍ସ ମେକାନିଜମ ଆକ୍ଟିଭ୍ କରାଯାଇଛି। ଏହାପର ଠାରୁ ଛୋଟ ବିମାନଟି ଦେଖା ଯାଇ ନାହିଁ ବୋଲି ସିଆଇଏସ୍‌ଏଫ୍ କହିଛି।

ପଢ଼ନ୍ତୁ-ବିମାନରେ ମଦ୍ୟପ ଯାତ୍ରୀଙ୍କ ଉନ୍ମକ୍ତ କାଣ୍ଡ , ଏୟାର ହୋଷ୍ଟେସ୍‌ଙ୍କୁ କଲେ ଅସଦାଚରଣ

ୟୁଏଫ୍‌ଓ ଦେଖାଯିବା ପରେ ମଣିପୁର ଇମ୍ଫାଲର ବୀର ତିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ କିଛି ଘଣ୍ଟା ପାଇଁ ବନ୍ଦ ରହିଥିଲା। ସେହି ସମୟରେ କୁଲକାତାରୁ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋକୁ ବିମାନକୁ ଉଡ଼ାଣ ବନ୍ଦ କରିବା ପାଇଁ କୁହାଯାଇଥିଲା। ଘଟଣାର ୨୫ ମିନିଟ୍‌ ପରେ ବିମାନି ଗୁୱାହାଟି ଯାଇଥିଲା। ଘଟଣାର ତିନି ଘଣ୍ଟା ପରେ ଇମ୍ଫାଲ ବିମାନବନ୍ଦରରେ ଅଟକି ରହିଥିବା ବିମାନଗୁଡ଼ିକୁ କ୍ଲିୟରାନ୍ସ ମିଳିବା ପରେ ବିମାନଗୁଡ଼ିକ ଉଡ଼ାଣ ଭରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.