ଅଗ୍ନିବୀର ନିଯୁକ୍ତି ପାଇଁ ବାୟୁସେନାକୁ ୬ ଦିନରେ ମିଳିଲା ୨ ଲକ୍ଷରୁ ଅଧିକ ଆବେଦନ

Published By : Prameya-News7 Bureau | June 29, 2022 IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ବାୟୁସେନାରେ ଅଗ୍ନିବୀର ଭାବେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଜ୍ଞପ୍ତି ଜାରି ହେବାର ଛଅ ଦିନ ଭିତରେ ବାୟୁସେନାକୁ ଦୁଇ ଲକ୍ଷରୁ ଅଧିକ ଆବେଦନ ମିଳିଛି। ବୁଧବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ପଞ୍ଜୀକରଣ ପ୍ରକ୍ରିୟା ଜୁନ ୨୪ରୁ ଆରମ୍ଭ ହୋଇଥିଲା। ଯୋଜନାର ଘୋଷଣା ଜୁନ ୧୪ରେ କରାଯାଇଥିଲା। ଏକ ସପ୍ତାହ ପର୍ଯ୍ୟନ୍ତ ଯୋଜନାର ବିରୋଧରେ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା।

ବାୟୁସେନା ବୁଧବାର ଟୁଇଟ୍ କରି କହିଛି, ଏ ପର୍ଯ୍ୟନ୍ତ ପଞ୍ଜୀକରଣ ଓ୍ଵେବସାଇଟ୍‌ରେ ୨,୦୧,୦୦୦ରୁ ଅଧିକ ଆଶାୟୀ ଅଗ୍ନିବୀର ବାୟୁ ପାଇଁ ଆବେଦନ କରିଛନ୍ତି। ପଞ୍ଜୀକରଣର ଶେଷ ତାରିଖ ହେଉଛି ଜୁଲାଇ ୫ ତାରିଖ।

wp:html /wp:html

ଅଗ୍ନିପଥ ଯୋଜନା ଆଧାରରେ ଭାରତୀୟ ସେନା,  ନୌସେନା ଏବଂ ବାୟୁସେନାରେ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ବାୟୁସେନା ଅଗ୍ନିବୀରଙ୍କୁ ଅଗ୍ନିବୀରବାୟୁ ନାମକରଣ କରିଛି। ଚାରି ବର୍ଷ ପରେ ୭୫ ପ୍ରତିଶତ ଅଗ୍ନିବୀର ଅବସର ନେବେ। ଅବଶିଷ୍ଟ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ ଦକ୍ଷତା ଏବଂ କୁଶତଳାକୁ ଦୃଷ୍ଟିରେ ରଖି ସେନାରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ। ବାୟୁସେନାରେ ୩୫୦୦ ପଦରେ ନିଯୁକ୍ତି ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.