ଫ୍ଲାଇଟ୍ ଲେଫ୍ଟନାଣ୍ଟଙ୍କ ମୃତ୍ୟୁର ପର୍ଦ୍ଦା ଫାଶ୍ : ପତ୍ନୀ,ଏୟାରଫୋର୍ସ ଅଧିକାରୀଙ୍କ ସମେତ ୪ଜଣଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | March 15, 2019 IST

ଆଗ୍ରା ୧୫/୩: ବହୁ ଚର୍ଚ୍ଚିତ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଚମନ କୁମାରଙ୍କ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ଅଦାଲତରେ ଏହି ମାମଲାର ବିଚାର ପାଇଁ ଆଗ୍ରାର ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଶାହଗଞ୍ଜ ପୋଲିସକୁ ମାମଲା ରୁଜ୍ଜୁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ମୃତ ଲେଫ୍ଟନାଣ୍ଟଙ୍କ ପତ୍ନୀଙ୍କ ସମେତ ଅନ୍ୟ ୪ ଜଣଙ୍କୁ ପକ୍ଷଭୁକ୍ତ କରିବା ପାଇଁ ପୋଲିସକୁ ଅଦାଲତ କହିଛନ୍ତି । ମୃତ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଚମନ କୁମାରଙ୍କ ମାଆ କୋର୍ଟରେ ଦାଖଲ କରିଥିବା ଆବେଦନ ପତ୍ର ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୁଅକୁ ହତ୍ୟାକରାଯାଇଛି ବୋଲି ଆବେଦନ ପତ୍ରରେ ମୃତ ଲେଫ୍ଟନାଣ୍ଟଙ୍କ ମା ଅଭିଯୋଗ କରିଛନ୍ତି।

ଚମନ କୁମାରଙ୍କ ପତ୍ନୀ ପୂର୍ଣ୍ଣିମା, କମାଣ୍ଡିଙ୍ଗ୍ ଅଫିସର ଗ୍ରୃପ୍ କ୍ୟାପଟେନ୍ ମନିକଣ୍ଡନ, ପ୍ରଦୀପ କୁମାର ଶର୍ମା ଏବଂ ତାଙ୍କ ପତ୍ନୀ ଅର୍ଚ୍ଚନା ଶୁକ୍ଳାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବା ଲାଗି ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଚମନ କୁମାରଙ୍କ ମା ଅଦାଲତରେ ଦାୟର କରିଥିବା ପ୍ରାର୍ଥନା ପତ୍ରରେ କହିଛନ୍ତି –‘ତାଙ୍କ ପୁଅ ୨୦୧୨ମସିହାରେ ୧୨ସ୍କ୍ବାଡ୍ରନ୍ ଏୟାରଫୋର୍ସ ଷ୍ଟେସନ,ଆଗ୍ରାରେ ଭର୍ତ୍ତି ହୋଇଥିଲେ। ଚମନଙ୍କ ବିବାହ ଫ୍ଲାଇଟ ଲେଫ୍ଟନାଣ୍ଡ ପୂ୍ଣ୍ଣିମାଙ୍କ ସହ ୨୦୧୭ ନଭେମ୍ବର ୨୩ ତାରିଖରେ ବରେଲିରେ ହେବାର ଥିଲା। କିନ୍ତୁ ଅର୍ଚ୍ଚନା ଏବଂ ପ୍ରଦୀପ ଶର୍ମା ଷଡ଼ଯନ୍ତ୍ର କରି ପୁଅର ବିବାହ ନିର୍ଦ୍ଧାରିତ ତାରିଖଠାରୁ ଆଗୁଆ ଅର୍ଥାତ ୨୦୧୭ ସେପ୍ଟେମ୍ବେର ୨୫ତାରିଖରେ ହାଇଦ୍ରାବାଦର ଆର୍ଯ୍ୟ ସମାଜ ମନ୍ଦିରରେ ତରବରିଆ ଭାବେ କରି ଦେଇଥିଲେ। ବିବାହ ପରେ ଚମନ ପତ୍ନୀଙ୍କୁ ନେଇ ଖୁସି ନଥିଲେ। ପରେ ସେ ଜାଣିବାକୁ ପାଇଥିଲେ ଯେ ଅର୍ଚ୍ଚନା ଏବଂ ପ୍ରଦୀପ ପ୍ରକୃତରେ ତାଙ୍କ ଶାଶୁ ଶ୍ବଶୁର ନୁହନ୍ତି । ତାଙ୍କ ସହ ବଡଧରଣର ଧୋକା ହୋଇଥିବା ମଧ୍ୟ ସେ ଅନୁଭବ କରିଥିଲେ ।

ଫଳରେ ପୂର୍ଣ୍ଣିମାଙ୍କଠୁ  ଛାଡ଼ପତ୍ର ପାଇଁ ଚମନ ହାଇଦ୍ରାବାଦ କୋର୍ଟରେ ଆବେଦନ କରିଥିଲେ। ଏହା ଜାଣିବା ପରେ ଅଭିଯୁକ୍ତମାନେ ଚମନଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କ କାଗଜପତ୍ରକୁ ମଧ୍ୟ ନଷ୍ଟ କରିଥିଲେ।

୨୦୧୮ଅଗଷ୍ଟ ୯ତାରିଖରେ ଆଗ୍ରା ଏୟାରଫୋର୍ସ ଷ୍ଟେସନର ସରକାରୀ ବାସଭବନରୁ ରହସ୍ୟମୟ ପରିସ୍ଥିତିରେ ଚମନଙ୍କ ଶବ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.