Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ନୂଆ ବର୍ଷ ପୂର୍ବରୁ ଝଟକା ଦେଲେ ବିମାନ କମ୍ପାନି, ୯୦ ପ୍ରତିଶତ ଯାଏ ମହଙ୍ଗା ହେଲା ଭଡା !

26/12/2022 at 6:38 PM

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷର ଛୁଟିରେ ଚାହିଦା ବୃଦ୍ଧିକୁ ଦେଖି କମ୍ପାନି ଗୁଡିକ ବିମାନ ଯାତ୍ରା ଭଡାକୁ ପ୍ରାୟ ୨ ଗୁଣା ବଢାଇଛନ୍ତି । ଦିଲ୍ଲୀ-ମୁମ୍ୱାଇ ମାର୍ଗର ଭଡାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ମୁମ୍ୱାଇ ଗୋଆ ମାର୍ଗରେ ୯୦ ପ୍ରତିଶତ ଭଡା ବୃଦ୍ଧି ହୋଇଛି ।

ବିଭିନ୍ନ କମ୍ପାନିର ୱେବସାଇଟ୍ ଯାଞ୍ଚ ପରେ ଏହି ସାମନାକୁ ଆସିଛି ଯେ ଏହି ଅବଧିରେ ବିମାନ ଭଡାରେ ହାରାହାରି ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଦିଲ୍ଲୀ-ମୁମ୍ୱାଇ, ଦିଲ୍ଲୀ-ଚେନ୍ନାଇ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ପରି ମାର୍ଗରେ ବିମାନ ଭଡାରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ସେହିପରି ହାଇଦ୍ରାବାଦ-ବେଙ୍ଗାଲୁରୁ, ଦିଲ୍ଲୀ-କୋଲକାତା, କୋଲକାତା-ଗୌହାଟୀ, ବେଙ୍ଗାଲୁରୁ-କୋଲକାତା ଏବଂ ଦିଲ୍ଲୀ-ଗୋଆ ପରି ଅନ୍ୟ ମାର୍ଗର ଭଡାରେ ୫୦ରୁ ୯୦ ପ୍ରତିଶତ ବୃଦ୍ଧି ହୋଇଛି ।

ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ମଧ୍ୟ ମହଙ୍ଗା ହୋଇଛି । ଭାରତରୁ ନ୍ୟୁୟର୍କ, ଲଂଣ୍ଡନରୁ ଦୁବାଇ ମାର୍ଗର ବିମାନ ଭଡାରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୁଟି ସମୟରେ ବିମାନ ଭଡାରେ ବୃଦ୍ଧି ଘଟିଥାଏ । ଚଳିତ ଥର ମଧ୍ୟ ଏହା ଦେଖିବାକୁ ମିଳୁଛି ।         

   Related Posts