Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ବିଜୁଳି ସଂଚୟ କରିବାକୁ ଯାଇ ହଜାର ହଜାର ଲୋକ ହରାଉଛନ୍ତି ପ୍ରାଣ: ରିପୋର୍ଟ

7/02/2023 at 11:03 PM

ନୂଆଦିଲ୍ଲୀ: ବିଜୁଳି ସଂଚୟ କରିବା ଏବଂ ଏସି କମ ବ୍ୟବହାରକୁ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଏକ ଜରୁରୀ ପଦକ୍ଷେପ ବୋଲି କୁହାଯାଉଛି । କିନ୍ତୁ ଏକ ନୂଆ ଗବେଷଣା ଅନୁସାରେ ବିଜୁଳି ସଂଚୟ ଏକ ଭଲ ବିକଳ୍ପ ନୁହେଁ । ୨୦୧୧ରେ ଫୁକୁଶିମା ନ୍ୟୁକ୍ଲିୟର ରିଏକ୍ଟରରେ ଦୁର୍ଘଟଣା ପରେ ଜାପାନ ପରମାଣୁ ବିଜୁଳିର ଉତ୍ପାଦନ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଥିଲା । ଏହାସହ ଦେଶବାସୀଙ୍କୁ ବିଜୁଳି ସଂଚୟ କରି ଉର୍ଜା ଅଭାବର ମୁକାବିଲା କରିବାକୁ ଅପିଲ୍ କରିଥିଲା । ଏଥିପାଇଁ ଲୋକଙ୍କୁ କିଛି ପରାମର୍ଶ ଦିଆଯାଇଥିଲା, ଏଥିରେ ଏସି ପରିବର୍ତ୍ତେ ଫ୍ୟାନ ବ୍ୟବହାର ପାଇଁ କୁହାଯାଇଥିଲା ।

ବର୍ତ୍ତମାନ ସମୟରେ ଏହିପରି କିଛି ଅପିଲ ୟୁରୋପର ଅନେକ ଦେଶରେ କରାଯାଉଛି । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁରୋପର ଅନେକ ଦେଶ ବିଜୁଳି ସଂକଟର ସାମନା କରୁଛନ୍ତି ଏବଂ ଏଥିପାଇଁ ଲୋକଙ୍କୁ କମ ଏସି ବ୍ୟବହାର ପାଇଁ ଅପିଲ କରାଯାଇଛି । ଗୋଟିଏ ରିସର୍ଚ୍ଚ ଅନୁସାରେ ଜାପାନରେ ଏସି ବ୍ୟବହାର କମ କିମ୍ୱା ନକରିବା ଯୋଗୁଁ ୭,୭୧୦ ଜଣଙ୍କ ମୃତ୍ୟୁ ସମୟ ପୂର୍ବରୁ ହୋଇଛି ।

ଏହି ଅଧ୍ୟୟନରେ ୨୦୧୧ରୁ ୨୦୧୫ ମଧ୍ୟରେ ବିଜୁଳି ସଂଚୟ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ବ୍ଲିଶେଷଣ କରାଯାଇଥିଲା । ରିପୋର୍ଟ ଅନୁସାରେ ଏହି ନୀତିର ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ଏହି କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଛି ଏବଂ ଅକ୍ଷୟ ଉର୍ଜା ଉପରେ ନିବେଶ ଏହାର ବିକଳ୍ପ ଉପାୟ ହୋଇପାରେ ।  

ହଂକଂ ବିଶ୍ୱବିଦ୍ୟାଳୟରେ ଆସୋସିଏଟ ପ୍ରଫେସର ଗୁଓଜୁନ ଏହି ଅଧ୍ୟୟନରେ ବିଶେଷଜ୍ଞଙ୍କ ମଧ୍ୟରେ ସାମିଲ ଥିଲେ । ପ୍ରଫେସର କହିଛନ୍ତି, ‘ଲୋକମାନେ କହୁନ୍ତି ଯେ ଉର୍ଜା ସଂଚୟ ଏକ ଭଲ ଅଭ୍ୟାସ । ଏହାଦ୍ୱାରା ପରିବେଶର ସୁରକ୍ଷା ହୋଇଥାଏ ଏବଂ ଟଙ୍କା ମଧ୍ୟ ସଂଚୟ ହୋଇଥାଏ । କିନ୍ତୁ ଜାପାନରୁ ମିଳିଥିବା ତଥ୍ୟରୁ ଜଣାପଡୁଛି ଯେ ଲୋକଙ୍କ କମ ଉର୍ଜା ବ୍ୟବହାର କରିବା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ’। ପ୍ରଫେସର ଗୁଓଜୁନ କହିଛନ୍ତି ଯେ ନୀତି ଗୁଡିକର ଲକ୍ଷ୍ୟ ଶକ୍ତି ସଂଚୟ ପରିବର୍ତ୍ତେ, ବର୍ତ୍ତମାନର ଉର୍ଜା ପ୍ରଣାଳୀକୁ ଅକ୍ଷୟ ଉର୍ଜାରେ ପରିବର୍ତ୍ତନ କରିବା ଉପରେ ହେବା ଦରକାର ।

ଏହି ଅଧ୍ୟୟନର ରିପୋର୍ଟ ଆମେରିକନ ଇକୋନମିକ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଜାପାନରେ ଗ୍ରୀଷ୍ମ ଋତୁରେ ବିଜୁଳିର ମୋଟ ବ୍ୟବହାରର ଅଧା ଏସି କାରଣରୁ ହୋଇଥାଏ । ଫୁକୁଶିମା ପରେ ଏବେ ସରକାର ଲୋକଙ୍କୁ ଏସିର ବ୍ୟବହାର ହ୍ରାସ କରିବା ପାଇଁ କହିଥିଲା, ଫଳରେ ବିଜୁଳିର ବ୍ୟବହାର ୧୫ ପ୍ରତିଶତ ହ୍ରାସ ହୋଇଥିଲା ।

ଅନ୍ୟପଟେ ଅଧ୍ୟୟନକାରୀ ସ୍ୱାସ୍ଥ୍ୟ ସମ୍ପର୍କୀୟ ଡାଟାର ବ୍ଲିଶେଷଣ କରି ଜାଣିବାକୁ ପାଇଥିଲେ ଯେ ଶକ୍ତି ସଂରକ୍ଷଣ ଉଦ୍ୟମ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୭,୭୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଏବଂ ଏଥିରୁ ଅଧିକାଂଶ ମୃତ୍ୟୁ ଗ୍ରୀଷ୍ମ ଦିନରେ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ବୟସ ୬୫ ବର୍ଷ ଉପରେ ଥିଲା ଏବଂ ଗରମ ଯୋଗୁଁ ଅତ୍ୟଧିକ ପ୍ରଭାବିତ ହୋଇଥିଲେ । ଅଧ୍ୟୟନରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏଥିଯୋଗୁଁ ହିଟ୍ ଷ୍ଟ୍ରୋକର ମାମଲା ମଧ୍ୟ ବୃଦ୍ଧି ପାଇଥିଲା ।

ପ୍ରଫେସର କହିଛନ୍ତି,’ଜଳବାୟୁ ପରିବର୍ତ୍ତନ ସହ ଜଡିତ ନୀତି ନିର୍ମାଣ ଏବଂ ଏହାକୁ ଲାଗୁ କରିବା ସମୟରେ ନୀତି ନିର୍ମାତା ଏହାର କ୍ଷତି ବିଷୟରେ ଅବଗତ ରହିବା ଦରକାର । ଲୋକଙ୍କୁ ଶକ୍ତିର କମ ବ୍ୟବହାର ପାଇଁ କହିବା ଠିକ୍ ପଦକ୍ଷେପ ନୁହେଁ । ସେମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି । ତେଣୁ କମ ଉର୍ଜା ବ୍ୟବହାର କରୁଥିବା ମେସିନ କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବା ଦରକାର’ ।

ରିପୋର୍ଟରେ କୁହାଯାଇଛି ଯେ ଆମେରିକା ତୁଳନାରେ ଭାରତରେ ଗରମ ଯୋଗୁଁ ମୃତ୍ୟୁ ହାର ୨୦ରୁ ୩୦ ପ୍ରତିଶତ ଅଧିକ । କାରଣ ଲୋକଙ୍କ ପାଖରେ ବିଜୁଳି ନାହିଁ ।

   Related Posts