ଏୟାର ଚିଫ୍ ମାର୍ସଲ ଆର.କେ.ଏସ୍.ଭଦୋରିଆଙ୍କ ଅବସର, ଜାଣନ୍ତୁ କିଏ ହେଲେ ନୂଆ ବାୟୁସେନା ମୁଖ୍ୟ

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦।୯:  ଏୟାର ଚିଫ୍ ମାର୍ସଲ ଭାବେ ଆର.କେ.ଏସ୍. ଭଦୋରିଆ ଗୁରୁବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ବିବେକରାମ ଚୌଧୁରୀ ଭାରତୀୟ ବାୟୁସେନାର ନୂଆ ମୁଖ୍ୟଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ଆର.କେ.ଏସ୍‌ ଭଦୋରିଆଙ୍କଠାରୁ ଚୌଧୁରୀ ଆନୁଷ୍ଠାନିକ ଦାୟିତ୍ୱଗ୍ରହଣ କରିଛନ୍ତି। ତେବେ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ ହେବା ପୂର୍ବରୁ ଚୌଧୁରୀ ଫିଲ୍ଡ ଫର୍ମେସନ ଓ ବାୟୁ ମୁଖ୍ୟାଳୟ ଉଭୟ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ।

{"id":520127,"width":840,"height":840,"sizeSlug":"full","linkDestination":"none"}

ଭି.ଆର.ଚୌଧୁରୀ ୧୯୮୨ ମସିହାରେ ଜଣେ ଫାଇଟର ଜେଟ୍‌ ପାଇଲଟ ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। କୁହାଯାଏ ଚୌଧୁରୀ ମିଗ୍-୨୧, ମିଗ୍-୨୧ ଏମଏଫ, ମିଗ୍-୨୯ ଓ ସୁଖୋଇ-୩୦ ଏମକେଆଇ ଏକ୍ସପର୍ଟ। ଦୀର୍ଘ ୩୮ ବର୍ଷ ଧରି ବାୟୁସେନାରେ ସେବା କାଳରେ ସେ ୩୮ ହଜାର ଘଣ୍ଟାରୁ ଅଧିକ ସମୟର ଉଡାଣ ଅଭିଜ୍ଞତା ରଖନ୍ତି। ସେ ଅତୀତରେ ବାୟୁସେନା ଷ୍ଟେସନ ପୁଣେ ଦାୟିତ୍ୱରେ ମଧ୍ୟ ଥିଲେ। ସେ ନ୍ୟାସନାଲ ଡିଫେନ୍ସ ଆକାଡେମୀ(ଏନଡିଏ)ରେ ସେ ନିଜର ସ୍କୁଲ ଶିକ୍ଷା ସମାପନ କରିବା ପରେ ଡିଫେନ୍ସ ସର୍ଭିସେସ ଷ୍ଟାଫ କଲେଜରୁ ଗ୍ରାଜୁଏସନ ସମାପ୍ତ କରିଥିଲେ।

{"id":520128,"sizeSlug":"full","linkDestination":"none"}

ନୂଆ ଦାୟିତ୍ୱ ଗ୍ରହଣ ପରେ ଚୌଧୁରୀ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିବା ଜଣାପଡିଛି। ଚୌଧୁରୀ ତାଙ୍କ କଡା ନିଷ୍ପତ୍ତି ଯୋଗୁ ବେଶ୍ ଜଣାଶୁଣା। ସେ ଏପରି ଏକ ସମୟରେ ବାୟୁସେନାର ଦାୟିତ୍ୱ ଗ୍ରହଣ କରିଛନ୍ତି ଯେତେବେଳେ ଦେଶ ସୀମାରେ ଦୁଇ ପଡୋଶୀଙ୍କ ଗତିରୋଧ ଜାରି ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.