ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଇନଫ୍ଲାଇଟ୍ ଏକ୍ସପିରିଏନ୍ସ ହବ୍ ‘ଏୟାରଫ୍ଲିକ୍ସ’ ଲାଗି ଏୟାରଏସିଆ ଓ ସୁଗରବକ୍ସ ମଧ୍ୟରେ ଭାଗିଦାରୀ

23/11/2022 at 4:06 PM

ଭୁବନେଶ୍ୱର ୨୩।୧୧: ଏୟାର ଏସିଆ ଇଣ୍ଡିଆ ପ୍ରଥମ ଥର ଆକାଶରେ ଇନଫ୍ଲାଇଟ୍ ଏକ୍ସପିରିୟେନ୍ସ ହବ ‘ଏୟାରଫ୍ଲିକ୍ସ’ ପାଇଁ ହାଇପର ଲୋକାଲ କ୍ଲାଉଡ ପ୍ଲାଟଫର୍ମ ସୁଗରବକ୍ସ ସହ ପାର୍ଟନରସିପ୍ କରିଛନ୍ତି। ଦୂର ଆକାଶରେ ଡିଜିଟାଲ ପହଞ୍ଚ ଲାଗି ଏହା ଏକ ଅଭିନବ ସମାଧାନ। ଏୟାର ଏସିଆ ବିମାନମାନଙ୍କରେ ଏୟାରଫ୍ଲିକ୍ସ ୬ହଜାର ଘଣ୍ଟା ବଫରିଂ ମୁକ୍ତ ହାଇରିଜଲ୍ୟୁସନ କଣ୍ଟେଣ୍ଟ ଉପଲବ୍ଧ କରାଇବାରେ ସକ୍ଷମ।

ଏଥିରେ ୧ ହାଜରରୁ ଅଧିକ ଅନ୍ତର୍ଜାତୀୟ ଓ ଭାରତୀୟ ସିନେମା ସମେତ ଲଘୁଚଳିଚିତ୍ର ଓ ୧୫ ହଜାରରୁ ଅଧିକ ୱେବ ସିରିଜ ଇପିସୋଡ ଓଟିଟି ଏପ୍ସରୁ ଉପଲବ୍ଧ କରାଉଛନ୍ତି। ଏୟାରଫ୍ଲିକ୍ସ ସୁଗରବକ୍ସ ଦ୍ୱାରା ବିକସିତ ପେଟେଣ୍ଟ କ୍ଲାଉଡ ଫ୍ରାଗମେଣ୍ଟ ଟେକନିକ୍‌ ଦ୍ୱାରା  ସଞ୍ଚାଳିତ ହେଉଛି। ଯାହା ବିମାନ ମଧ୍ୟରେ ଯାତ୍ରୀଙ୍କୁ ବିନା ଇଣ୍ଟରନେଟ୍ କନେକ୍ଟିଭିଟିରେ ଡିଜିଟାଲ ଏକ୍ସେସ୍ ପ୍ରଦାନ କରିଥାଏ।

ଏୟାରଫ୍ଲିକ୍ସ ଇଣ୍ଟିଗ୍ରେଟେଡ ଓ ଏୟାର ଏସିଆ ଇଣ୍ଡିଆଙ୍କ ଇନଫ୍ଲାଇଟ୍‌ ଆନସିଲାରି ପ୍ଲାଟଫର୍ମରେ ଅପରେଟ ହୋଇଥାଏ। ଯେଉଁଥିରେ ଗ୍ରାହକ ସେମାନଙ୍କ ପର୍ସନାଲ ଡିଭାଇସ୍‌ରେ ମେନୁକୁ ଯାଇ ଅର୍ଡର କରିପାରିବେ । ଏୟାରଫ୍ଲିକ୍ସ ଗେମ, ଏଡ ଟେକ୍ ସାମଗ୍ରୀ, ନ୍ୟୁଜ୍ ଓ ଆର୍ଟିକ୍ଲ ସମେତ ମ୍ୟୁଜିକ୍, ଇ-କମର୍ସ ଆଦି ଅନୁକୁଳ ବିକଳ୍ପ ପ୍ରଦାନ କରିଥାଏ। ଗ୍ରାହକ ନଜ ସ୍ମାର୍ଟଫୋନ, ଟାବଲେଟ୍, ପିସି ଅଥବା ଲାପଟପରେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏୟାରଫ୍ଲିକ୍ସ ଡଟ୍ ଏୟାରଏସିଆ ଡଟ୍ କୋ ଡଟ୍ ଇନକୁ ଯାଇ ଏୟାରଫ୍ଲିକ୍ସ ସହିତ ସଂଯୁକ୍ତ ହୋଇପାରିବେ।

   Related Posts