ଭୁବନେଶ୍ବରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ

Published By : Prameya-News7 Bureau | September 20, 2019 IST

ଭୁବନେଶ୍ବର ୨୦।୯: ଭୁବନେଶ୍ବରରୁ ବ୍ୟାଙ୍କକକୁ ବିମାନ ଉଡାଣ ସାମୟିକ ବନ୍ଦ କରାଯାଇଛି । ଭୁବନେଶ୍ବର ବିମାନବନ୍ଦରର ଭିତ୍ତିଭୂମିର ଅଗ୍ରଗତି ପାଇଁ ଯୋଜନା କରାଯାଉଥିବା ଯୋଗୁଁ ବିମାନ ଉଡାଣକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଆସନ୍ତା ୨୫ତାରିଖରୁ ଭୁବନେଶ୍ବର ଏବଂ ବ୍ୟାଙ୍କକ ମଧ୍ୟରେ ଏୟାର ଏସିଆର ବିମାନ ଉଡାଣ ବନ୍ଦ ହେବ । ଉଡାଣ ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଡିସେମ୍ବର ମାସରେ ଭୁବନେଶ୍ୱରରୁ ବ୍ୟାଙ୍କକ୍ କୁ ଏୟାର ଏସିଆର ବିମାନ ଉଡାଣ ଆରମ୍ଭ ହୋଇଥିଲା । ସପ୍ତାହରେ ୩ ଦିନ (ରବିବାର, ବୁଧବାର ଓ ଶୁକ୍ରବାର) ବିମାନ ବ୍ୟାଙ୍କକ୍ କୁ ଉଡୁଥିଲା ବିମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.