ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା, ଉପାନ୍ତ ଅଞ୍ଚଳରେ ଗୁରୁତର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ଲକ୍ଷ୍ୟ

Published By : Prameya-News7 Bureau | December 20, 2021 IST

ଭୁବନେଶ୍ୱର ୨୦।୧୨:  ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ଲେଖିଲା ଓଡ଼ିଶା । ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

wp:html /wp:html

ଖବର ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାକୁ ବାୟୁ ସ୍ବାସ୍ଥ୍ୟ ସେବାରେ ସାମିଲ କରାଯାଇଛି । ଆଜି ଏସସିବିରୁ ଏକ ଡାକ୍ତର ଟିମ ମାଲକାନଗିରିକୁ ଯାଉଛନ୍ତି । ଯେଉଁ ଜିଲ୍ଲାରେ ଉନ୍ନତ ଚିକିତ୍ସା ସୁବିଧା ନାହିଁ, ସେଠାକୁ ବିମାନ ମାଧ୍ୟମରେ ସ୍ପେସାଲିଷ୍ଟ ଡାକ୍ତର ଯିବେ । ଆଗକୁ ଅନ୍ୟ ଜିଲ୍ଲା ଗୁଡିକୁ ଏହି ଯୋଜନାରେ ସାମିଲ କରାଯିବ । ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଗୁରୁତର ରୋଗୀଙ୍କୁ ତୁରନ୍ତ ଏବଂ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.