scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା, ଅଭିଜ୍ଞ ଡାକ୍ତର ଆସି ଯୋଗାଉଛନ୍ତି ଚିକିତ୍ସା

10/07/2023 at 3:38 PM

Air health service

ନୂଆପଡା ୧୦/୦୭: ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ମୂଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଯେଉଁଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଆସି ଲୋକଙ୍କୁ ଚିକିତ୍ସା କରିବା ସହ ପରାମର୍ଶ ଦେଉଛନ୍ତି । ଗରିବ ଖଟିଖିଆ ତଥା ଉପାନ୍ତ ଅଞ୍ଚଳର ରୋଗୀଟିଏ କଟକ କିମ୍ବା ଭୁବନେଶ୍ୱର ଆସି ଚିକିତ୍ସା ଚିନ୍ତା କରି ତ ପାରିବ ହେଲେ ବାଧକ ସାଜିବ ଅର୍ଥ ।

ଯାହାପାଇଁ ଅଭିଜ୍ଞ ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଚାରୋଟି ଜିଲ୍ଲାକୁ ପଠାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ପାଞ୍ଚ ନମ୍ବର ମହଲା ରେ ଏହିସେବା ଯୋଗାଇ ଦିଆଯିବ । ବିଶେଷ କରି ହୃଦରୋଗ, ସ୍ନାୟୁରୋଗ, ମୂତ୍ରାଶୟ ରୋଗ, ପାକସ୍ଥଳି ଓ ଅନ୍ତ୍ର ସମ୍ବନ୍ଧିୟ ରୋଗ,ଇକୋ କାର୍ଡିଓଗ୍ରାଫିର ବିଶେଷଜ୍ଞ ଡାକ୍ତର ମାନେ ରୋଗି ଚିକିତ୍ସା କରୁଛନ୍ତି । ଏହାସହ ଏଣ୍ଡୋସ୍କୋପି ଓ ଅଲଟ୍ରା ସାଉଣ୍ଡ ଭଳି ପରୀକ୍ଷା ମଧ୍ୟ ମାଗଣାରେ କରାଯାଉଛି ।

you can also read…

   Related Posts