Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ୟୁକ୍ରେନରେ ଏୟାର ଆଲର୍ଟ ଜାରି, ଋଷର ମିଶାଇଲ ମାଡରେ ୧୩ ମୃତ ଓ ୮୯ ଆହତ

10/10/2022 at 8:41 AM

କିଭ୍ ୧୦/୧୦: ଫେବୃଆରୀ ୨୪ରୁ ଜାରି ରହିଛି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷର ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ସହର ମାଟିରେ ମିଶିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଜାପୋରିଜିଆରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮୯ ଜଣ ଆହତ ହୋଇଛନ୍ତି । ରବିବାର ଦିନ ଜାପୋରିଜିଆରେ ଏହି ଆଟାକ୍ ହୋଇଥିଲା । ଗତ ତିନି ଦିନ ମଧ୍ୟରେ ଏହି ଆକ୍ରମଣ ହେଉଛି ଦ୍ୱିତୀୟ ବଡ ଆକ୍ରମଣ । ଏଜେନ୍ସି ଅନୁଯାୟୀ, ଋଷର ବିମାନ ଅତି କମରେ ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟଗୁଡିକରେ ଏହି ଟାର୍ଗେଟ କରାଯାଇଥିଲା ।

ଏହି ଆକ୍ରମଣରେ ହାଇରାଇଜ୍ ଆପାର୍ଟମେଣ୍ଟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ଋଷର ସୈନ୍ୟଙ୍କ ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

   Related Posts