ଏଣ୍ଡ୍ରିଲାଙ୍କ ପାଦ ଛୁଇଁ ଅନ୍ତିମ ବିଦାୟ ଦେଲେ ପ୍ରେମିକ, ଭିଡିଓ ଭାଇରାଲ୍‌…

Published By : Prameya-News7 Bureau | November 23, 2022 IST

ମୁମ୍ଵାଇ ୨୩।୧୧: ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା। ୨୦ ନଭେମ୍ବରରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁଁ ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ସେ ଏକାଧିକ ଆଟାକ୍‌ ତାଙ୍କୁ ଆସିଥିଲା। ଯାହା ଫଳରେ ଏଣ୍ଡ୍ରିଲା ଜୀବନ ଯୁଦ୍ଧରେ ହାରିଯାଇଥିଲେ। ବଙ୍ଗୀୟର ପୁରା ମନୋରଞ୍ଜନ ଇଣ୍ଡଷ୍ଟ୍ରି ଏଣ୍ଡ୍ରିଲାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି। କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକ ତଥା ବଙ୍ଗୀୟ ଅଭିନେତା ସବ୍ୟସାଚୀ ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ସମୟରେ ଏଣ୍ଡ୍ରିଲାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ସବ୍ୟସାଚୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।

wp:html
/wp:html

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଆପଣ ଦେଖିପାରିବେ ଏଣ୍ଡ୍ରିଲାଙ୍କ ଶେଷ ରୀତିନୀତି ପୂର୍ବରୁ ତାଙ୍କ ଶରୀରକୁ ଭୂମିରେ ରଖାଯାଇଛି। ଏହି ସମୟରେ ତାଙ୍କ ପ୍ରେମିକ ସବ୍ୟସାଚୀ ପାଦ ଛୁଇଁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ପରେ କାନ୍ଦିବାକୁ ଲାଗନ୍ତି। ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆସିଯିବ। ପ୍ରେମ ହରାଇବାର ଯନ୍ତ୍ରଣା କ’ଣ, ଏହା ସାବ୍ୟସାଚିଙ୍କ ମୁହଁରୁ ସ୍ପଷ୍ଟ ଦେଖାଯାଉଛି।

ବାସ୍ତବରେ, ସବ୍ୟସାଚୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଦୀର୍ଘ ଦିନ ଧରି ଏଣ୍ଡ୍ରିଲା ଶର୍ମାଙ୍କ ସହ ଲିଭ୍ ଇନ୍ ସମ୍ପର୍କରେ ରହୁଥିଲେ। ପ୍ରତ୍ୟେକ ସମସ୍ୟାରେ ତାଙ୍କ ପ୍ରେମକୁ ସମର୍ଥନ କରିଥିଲେ, କିନ୍ତୁ ବର୍ତ୍ତମାନ ଏଣ୍ଡ୍ରିଲା ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଛନ୍ତି। ସବ୍ୟସାଚୀଙ୍କ ଏହି ଭିଡିଓ ଏବେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ହସ୍ପିଟାଲରେ କୋମାରେ ଯିବା ପରେ ସବ୍ୟସାଚୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ସେ କୁଆଡେ ତାଙ୍କର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଡିଲିଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.