vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଶିବଲିଙ୍ଗକୁ ନେଇ ଆପତ୍ତିଜନକ ପୋଷ୍ଟ କରିବା ପଡ଼ିଲା ମହଙ୍ଗା; AIMIM ପ୍ରବକ୍ତା ଡାନିସ କ୍ୟୁରେସି ଗିରଫ

18/05/2022 at 5:42 PM

ଅହମଦାବାଦ ୧୮/୦୫ : ଅସଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମର ପ୍ରବକ୍ତା ଡାନିସ କ୍ୟୁରେସିଙ୍କୁ ଗିରଫ କରାଯାଇଛି। ତାଙ୍କୁ ହାଇଦରାବାଦର ସାଇବର ଅପରାଧ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ରିପୋର୍ଟ ଅନୁସାରେ ଡାନିସ ଜ୍ଞାନବ୍ୟାପି ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ସେଥିପାଇଁ ବିଶ୍ୱ ହିନ୍ଦୁ ପରିଷଦର ଜଣେ ସଦସ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସାଇବର କ୍ରାଇମ ବିଭାଗର ଆସିଷ୍ଟାଣ୍ଟ କମିଶନର ଜେଏମ ଯାଦବହ କହିଛନ୍ତି ତାଙ୍କ ଟିମ୍‌ ଡାନିସ କ୍ୟୁରେସି ନାମରେ ଥିବା ଟୁଇଟର ହ୍ୟାଣ୍ଡେଲରୁ କରାଯାଇଥିବା ପୋଷ୍ଟ ପରେ ସେହି ଆକାଉଣ୍ଟର  ୟୁଜରଙ୍କୁ ଖୋଜୁଥିଲା। ଏହି ଟୁଇଟ ହିନ୍ଦୁ ଭାବନାକୁ କ୍ଷତି ପହାଞ୍ଚାଉଥିଲା। ପ୍ରଥମେ ଟିମ୍‌ ଟେକ୍ନିକାଲ୍‌ ଗବେଷଣା କରିଥିଲା ଓ ତାପରେ ଡାନିସଙ୍କୁ ଗିରଫ କରାଯାଇଛି ।

ଏଆଇଏମଆଇଏମର ପ୍ରବକ୍ତା ଜ୍ଞାନବ୍ୟାପି ମସଜିଦରୁ ଶିବଲିଙ୍ଗ ମିଳିଛି ବୋଲି ଦାବୀ ହେବା ପରେ ବିବାଦିତ ପୋଷ୍ଟ କରିଥିଲେ। ତା ସହିତ ପୋଷ୍ଟରେ ଶିବଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ଯ ମଧ୍ୟ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ହିନ୍ଦୁ ଭାବନା କ୍ଷତି ପହଞ୍ଚାଉଛନ୍ତି ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରା ଯାଇଥିଲା। ସାଇବର ଅପରାଧ ବିଭାଗର ଟିମ୍‌ କ୍ୟୁରେଶୀ ଶାହପୁରରେ ଅଛନ୍ତି ବୋଲି ଜାଣିବା ପରେ ତାଙ୍କୁ ସେଠାରୁ ଗିରଫ କରିଛି । ତାଙ୍କ ବିରୋଧରେ ଆପିସି ଧାରା ୧୫୩ଏ (153A) ଓ ୨୯୫ଏ (295A)  ଅଧୀନରେ ମାମଲା ରୁଜୁ କରାଯାଇଛି।

   Related Posts