ଗଣେଶ ଚତୁର୍ଥୀ ପରେ ଇଦଗାହ ମଇଦାନରେ ଟିପୁ ସୁଲତାନ ଜୟନ୍ତୀ ପାଳନ କରିବା ପାଇଁ ଅନୁମତି ମାଗିଲା AIMIM

Published By : Prameya-News7 Bureau | November 07, 2022 IST

ବେଙ୍ଗାଲୁରୁ: ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ପାଇଁ ଅନୁମତି ମାଗିଲା ଅସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମ୍। କର୍ଣ୍ଣାଟକ ହୁବୁଳିର ଇଦଗାହ ମଇଦାନରେ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ କରିବାକୁ ମ୍ୟୁନିସିପାଲଟିକୁ ଅନୁମତି ମାଗିଛି ଦଳ। କିଛି ମାସ ତଳେ ଏହି ମଇଦାନରେ ଗଣେଶ ଚତୁର୍ଥୀ ପାଳନ ପାଇଁ ଅନୁମତି ଦିଆଯାଇଥିଲା। ଆଉ ଏବେ ଓୱେସୀଙ୍କ ଦାବି ଯେ ସେଠି ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ହେବ।

ତେବେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସମ୍ପର୍କିତ ଅଂଶିଦାରମାନଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମ୍ୟୁନିସିପାଲିଟି କମିଶନର କହିଛନ୍ତି। ଅଗଷ୍ଟ ମାସରେ ଇଦଗାହ ମଇଦାନରେ ଗଣେଶ ଚତୁର୍ଥୀ ପାଳନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଅନୁମତି ଦେଇଥିଲେ। ହୁବୁଳିରେ ମାଲିକାନା ନେଇ କୌଣସି ବିବାଦ ନାହିଁ ବୋଲି କୋର୍ଟ କହିଥିଲେ।

ନିର୍ଦ୍ଦେଶ ଜାରି କରି କୋର୍ଟ କହିଥିଲେ “ ଏହା ସ୍ପଷ୍ଟ ଯେ ଜମି ସରକାରଙ୍କର। ହେଲେ ଆବେଦନ କର୍ତ୍ତା ଏହାକୁ କେବଳ ଦୁଇଟି କାର୍ଯ୍ୟ ପାଇଁ ଲିଜ୍ ନେଇଥିଲେ। ତେଣୁ ସରକାରଙ୍କର ଏହି ସମ୍ପତ୍ତି ଉପରେ ଅଧିକାର ରହିଛି।” ଇଦଗାହ ମଇଦାନ ଗଣେଷ ଚତୁର୍ଥୀ ପାଳନ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଏକ ଆବଦେନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ଅଞ୍ଜୁମର ଇ- ଇସ୍ଲାମ ପକ୍ଷରୁ ଏହି ଆବେଦନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.