Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଓୱେସୀଙ୍କୁ ପ୍ରଧାନମନ୍ତ୍ରୀ ଦେଖିବାର ଅଛି ତ ବଂଶ ବିସ୍ତାର କର ! ଭାଇରାଲ ହେଉଛି AIMIM ନେତାଙ୍କ ବିବାଦୀୟ ବୟାନ

16/12/2021 at 7:48 PM

ଅଲୀଗଡ଼ ୧୬।୧୨: ବିଧାନସଭା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ରାଜନୀତି ଏବେ ପଡ ଉଠ ହେଉଛି। ଏଥିରେ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ୍-ଏ-ଇତେହଦୁଲ ମୁସ୍ଲିମିନ୍‌ (ଏଆଇଏମଆଇଏମ) ନିର୍ବାଚନ ମୈଦାନକୁ ଓହ୍ଲାଇଛି। ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ନଜର ଏବେ ରାଜ୍ୟର ୧୯ ପ୍ରତିଶତ ମୁସଲମାନ ଭୋଟରଙ୍କ ଉପରେ । ଏଥିରେ ୟୁପି ଏଆଇଏମଆଇଏମ ନେତା ଗୁଫରାନ ନୂରଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଅସଦୁଦ୍ଦିନ ଓୱେସୀଙ୍କୁ ପ୍ରଧାନମନ୍ତ୍ରୀ ଦେଖିବାର ଅଛି ତ ମୁସଲମାନମାନଙ୍କୁ ଅଧିକ ପିଲା ଜନ୍ମ କରିବାକୁ ପଡିବ ବୋଲି କହୁଥିବା ଦେଖା ଯାଉଛି।

ଗୁଫରାନ ନୂରଙ୍କ କହିବା କଥା ହେଲା ଯେ ଯଦି ମୁସଲମାନଙ୍କ ବଂଶ ବିସ୍ତାର ନ ହେବ ତେବେ ଭାରତ ଉପରେ ସେମାନଙ୍କ ସମ୍ପ୍ରଦାୟର ରାଜ କିପରି ହେବ ବୋଲି ପ୍ରଶ୍ନ କରିଛନ୍ତି।  ଆମ ଜନସଂଖ୍ୟା ଯଦି ଅଧିକ ନହେଲା ତେବେ ଓୱେସୀ ସାହେବ ପ୍ରଧାନମନ୍ତ୍ରୀ କିପରି ହେବେ ବୋଲି ନୂର କହିଛନ୍ତି। ଭିଡିଓରେ ନୂର ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ବୁଝାଉଥିବାର ଦେଖା ଯାଇଛି। ଏଥିରେ ସେ ରାଜ୍ୟରେ ମୁସଲମାନ ଜନସଂଖ୍ୟା ନ ବଢିଲେ ଶୌକତ ଅଲ୍ଲୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିବେନି ବୋଲି କହିଛନ୍ତି। ସେହିପରି ଦେଶରେ ମୁସଲମାନଙ୍କ ଜନସଂଖ୍ୟା ମଧ୍ୟ ଦେଶର ଆଗାମୀ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କହୁଥିବା ଦେଖା ଯାଇଛି।

ସେ କହିଛନ୍ତି ଯେ ରାଜ୍ୟରେ ଦଳିତ ମୁସଲମାନମାନଙ୍କୁ ପିଲା ଜନ୍ମ ଲାଗି ଡରା ଯାଉଛି। ଏଥିଲାଗି ନିୟମ ଓ ଆଇନର ଦ୍ୱାହୀ ଦେଉଛନ୍ତି। ତେବେ ପିଲା ଜନ୍ମ ଉପରେ କଟକଣା ଆମ ସରିୟତର ବିରୁଦ୍ଧାଚରଣ କରୁଛି ବୋଲି ସେ ଭିଡିଓରେ କହୁଥିବା ଦେଖା ଯାଇଛି। ଭିଡିଓ ଭାଇରାଲ ହେବା ପରେ ନୂର ଏହାର ସଫେଇ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ସ୍ୱାଧୀନତାରେ ଆମର ଯେତିକି ବଳିଦାନ ରହିଛି ସ୍ୱାଧୀନୋତ୍ତର ଦେଶରେ ଆମକୁ ସେତିକି ଅଧିକାର ମିଳି ନାହିଁ। ଏଣୁ ଓୱେସୀ ସାହେବ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏହା ମୋର ବ୍ୟକ୍ତିଗତ ବିଚାର ବୋଲି କହିଛନ୍ତି।

ହେଲେ ଓୱେସୀ ପ୍ରଧାନମନ୍ତ୍ରୀ କିପରି ହେବେ ଏ ନେଇ ଚର୍ଚ୍ଚା ବେଳେ ଯାହା ମୁଁ କହିଛି ସେଥିରେ କୌଣସି ତ୍ରୁଟି ନାହିଁ ବୋଲି ସେ କହିଛନ୍ତି। ଏମିତିରେ ନିର୍ବାଚନୀ ସଭାମାନଙ୍କରେ ନିଜକୁ ଧର୍ମନିରପେକ୍ଷା କହୁଥିବା ଅସଦୁଦ୍ଦିନ ଓୱେସୀ ମୁସଲମାନଙ୍କୁ ନେଇ ନିଜକୁ ପଛୁଆ ଦଳିତଙ୍କ ନେତାବୋଲି କହୁଛନ୍ତି। ଏଥିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ କଥା ଉଠିଲେ ରାଜ୍ୟର ୧୯ ପ୍ରତିଶତ ଜନସଂଖ୍ୟା ଉପରେ ଏବେ ଓୱେସୀଙ୍କ ନଜର ପଡିଛି।

ରାଜ୍ୟ ୧୪୩ଟି ଆସନରେ ଏହି ଜନସଂଖ୍ୟାର ପ୍ରଭାବ ରହିଛି। ଏଣୁ ରାଜ୍ୟରେ ଏଆଇଏମଆଇଏମ ମୁସଲମାନ ବହୁଳ ଆସନମାନଙ୍କରେ ପ୍ରାର୍ଥୀ ଦେବା ଲାଗି ବିଚାର କରୁଛି। ରାଜ୍ୟର ୭୦ ସିଟ୍‌ରେ ୨୦ରୁ ୩୦ ପ୍ରତିଶତ ମୁସଲମାନ ଭୋଟ ରହୁଥିବା ବେଳେ ୭୫ଟି ଆସନରେ ୩୮ରୁ ୪୫ ପ୍ରତିଶତ ମୁସଲମାନ ଭୋଟ ରହୁଛି।

   Related Posts