କେଉଁ ନାମରେ ନାମିତ ହେବ AIIMS, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ନାମକରଣ ନେଇ ଆଲୋଚନା ଜୋର୍

Published By : Prameya-News7 Bureau | August 26, 2022 IST

ଭୁବନେଶ୍ୱର ୨୬/୦୮: କେଉଁ ନାମରେ ନାମିତ ହେବ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଦେଶରେ ଥିବା ବିଭିନ୍ନ ଏମ୍‌ସର ନାମକରଣ ନେଇ ଆଲୋଚନା ଜୋର୍ ଧରିଛି । ଭୁବନେଶ୍ୱର ଏମ୍‌ସର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହାର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରହିଥିଲା ।

୨୦୦୩ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଶିଳାନ୍ୟାସ କରିବା ସମୟରେ ଏହି ଫଳକ ଥିଲା । ଏହି ଅବସରରେ ବାଜପେୟୀଙ୍କ ବ୍ୟତୀତ ତତ୍‌କାଳୀନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍‌କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୁଷମା ସ୍ୱରାଜ, ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅର୍ଜୁନ ସେଠୀ, ବ୍ରଜକିଶୋର ତ୍ରିପାଠୀ, ପ୍ରଫୁଲ୍ଲ ଘଡ଼େଇ ଉପସ୍ଥିତ ଥିଲେ ।

ପରବର୍ତ୍ତୀ ସମୟରେ ଏମ୍‌ସ ଆକ୍ଟ ପ୍ରସ୍ତୁତ ବେଳକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନରହି କେବଳ ଏମ୍‌ସ ଭୁବନେଶ୍ବର ଭାବରେ ପଞ୍ଜୀକୃତ ହେଲା ଏବଂ ସବୁଠି ସେହି ନାମ ରହିଲା । ତେବେ ବର୍ତ୍ତମାନ ବିଭିନ୍ନ ବର୍ଗ ବିଭିନ୍ନ ପ୍ରକାର ପ୍ରସ୍ତାବ ଦେଉଥିବା ବେଳେ ଏମ୍ସ ଭୁବନେଶ୍ୱର କର୍ତ୍ତୃପକ୍ଷ ଏସଂକ୍ରାନ୍ତରେ କ’ଣ ପ୍ରସ୍ତାବ ଦେଇଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.