ସ୍ୱଦେଶୀ କରୋନା ଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ଲାଗି ମିଳୁ ନାହାନ୍ତି ଭଲେଣ୍ଟିଅର, ପୁଣି ଇସ୍ତାହାର ପ୍ରକାଶ କଲେ AIIMS

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪।୧୨: ରାଜଧାନୀ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ୱଦେଶୀ କୋଭିଡ ଭାକ୍ସିନ୍‌ ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ଲାଗି ଭଲେଣ୍ଟିୟର ଆମନ୍ତ୍ରିତ କରିଛନ୍ତି। ସାରା ଦେଶରେ ଏବେ କୋଭାକ୍ସିନର କ୍ଲିନିକାଲ ଟ୍ରାୟଲ ହେଉଛି। ଏଥିରେ ଦିଲ୍ଲୀ ଏମ୍ସ ମଧ୍ୟ ଟିକାର ପରୀକ୍ଷଣ କରୁଛନ୍ତି।

ଏ ନେଇ ଏମ୍ସ ଜାରି କରିଥିବା ବିଜ୍ଞପ୍ତିରେ ଦିଲ୍ଲୀସ୍ଥିତ ଏମ୍ସ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ଲାଗି ଏକ ସାଇଟ୍‌ ଖୋଲିଛନ୍ତି। ଏହି ଭାକ୍ସିନକୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଓ ଭାରତ ବାୟୋଟେକ ମିଳିତ ପ୍ରସ୍ତୁତ କରିଛନ୍ତି। ଏମ୍ସର ସାମୁଦାୟୀକ ଚିକିତ୍ସା ବିଭାଗର ପ୍ରଫେସର ଓ ଏହି ଗବେଷଣାର ପ୍ରମୁଖ ନିରିକ୍ଷକ ଡା. ସଞ୍ଜୟ କୁମାର ରାୟ ବିଜ୍ଞାପନ ଜରିଆରେ ଏହା ସୂଚିତ କରିଛନ୍ତି ଯେ ଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ( ସୁରକ୍ଷା ଓ ପ୍ରଭାବ ଉତ୍ପାଦକତା) ପୂର୍ବରୁ ସଫଳତାର ସହପୁରଣ ହୋଇ ସାରିଛି।

ଏବେ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ଲାଗି ଭଲେଣ୍ଟିଅରଙ୍କ ଆବଶ୍ୟକତା ଅଛି। ଟିକା ଗବେଷଣାରେ ଭଲେଣ୍ଟିୟର ହେବାକୁ ଆଗ୍ରୀ ଲୋକେ ୩୧ ଡିସେମ୍ବର ପୂର୍ବରୁ ସମ୍ପର୍କ କରିବା ଲାଗି ବିଜ୍ଞାପନରେ ଉଲ୍ଲେଖ ଅଛି। ଏହି ପ୍ରୟୋଗ ପାଇଁ ୧ହଜାର ୫୦୦ରୁ ୨ ହଜାର ଲୋକଙ୍କ ଆବଶ୍ୟକତା ଅଛି। ତେବେ ଏପର୍ଯ୍ୟନ୍ତ ପ୍ରକଳ୍ପ ଲାଗି ମାତ୍ର ୨୦୦ଜଣ ନିଜ ଆଡୁ ଆଗ୍ରହ କରିଥିବା ଜଣାପଡିଛି।

 ଦେଶରେ ଖୁବ୍ ଶୀଘ୍ର ଟିକା ମିଳିଯିବ। ଏଣୁ ଲୋକେ ବଜାରକୁ ଟିକା ଆସିବା ବେଳକୁ ଏଥିରେ କାହିଁକି ଭାଗନେବେ ଭାବି କ୍ଲିନିକାଲ ଟ୍ରାୟଲରୁ ଦୂରେଇ ଯାଉଛନ୍ତି। ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଲାଗି ୪ହାଜର ୫ଶହ ଲୋକେ ଆସିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବେଳକୁ ୪ ହଜା ଲୋକେ ଆବେଦନ କରିଥିଲେ। ହେଲେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ଲାଗି କେହି ରାଜି ହେଉ ନାହାଁନ୍ତି। ଏଥିପାଇଁ ଜନସଚେତନା ସୃଷ୍ଟି  ଉପରେ ଡା.ରାୟ ଜୋର ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.