ଆଜି ଏମ୍ସ ପ୍ରବେଶିକା ପରୀକ୍ଷା, ଦୁଇ ଦିନ ଧରି ଚାଲିବ

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫|୫: ଆଜି ଏମ୍ସ ପ୍ରବେଶିକା ପରୀକ୍ଷା । ଦୁଇ ଦିନ ଧରି ଚାଲିବ ଅନଲାଇନରେ ପ୍ରବେଶିକା ପରୀକ୍ଷା । ଦୁଇଟି ସିଟିଂରେ ହେବ ପରୀକ୍ଷା । ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦେଶରେ ମୋଟ୍ ୨୩୯ଟି କେନ୍ଦ୍ରରେ କରାଯାଉଛି ପରୀକ୍ଷା। ଏବର୍ଷ ମୋଟ୍ ୩.୯ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 

ଓଡିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଓ ସମ୍ବଲପୁର କରାଯାଇଛି ପରୀକ୍ଷା କେନ୍ଦ୍ର। ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଓ ଦ୍ବିତୀୟ ସିଟିଂ ଅପରାହ୍ନ ୩ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ। ଏମ୍ସରେ ଏମବିବିଏସରେ ମୋଟ୍ ୮୦୭ ସିଟ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.