ଜ୍ବର ନହୋଇ ମଧ୍ୟ ଆପଣଙ୍କୁ ହୋଇପାରେ ଡେଙ୍ଗୁ ; ସତର୍କ ରହନ୍ତୁ, ଡାକ୍ତର ଦେଲେ ଚେତାବନୀ

Published By : Prameya-News7 Bureau | October 24, 2018 IST

ନୂଆଦିଲ୍ଲୀ ୨୪|୧୦: ଜ୍ବର ନହୋଇ ମଧ୍ୟ ଡେଙ୍ଗୁ ରୋଗ ହୋଇପାରେ । ନିକଟରେ ଏମ୍ସ ଡାକ୍ତରମାନେ କରିଥିବା ଏକ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡାକ୍ତରଙ୍କ ଅନୁସାରେ କେତେକ କ୍ଷେତ୍ରରେ ଡେଙ୍ଗୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଜ୍ବର ହୋଇନଥାଏ । ହସ୍ପିଟାଲରେ କାମ କରୁଥିବା ୫୦ ବର୍ଷ ବୟସ୍କ ଜଣେ ସଫେଇ କର୍ମଚାରୀଙ୍କୁ ଅଧିକ ହାଲିଆ ଲାଗୁଛି ବୋଲି ବାରମ୍ବାର କହୁଥିଲେ । ତାଙ୍କୁ ଜ୍ବର ନଥିଲା । ମଥାପି ସନ୍ଦେହରେ  ଡାକ୍ତର ତାଙ୍କର ରକ୍ତ ପରୀକ୍ଷା କରିଥିଲେ । ପରୀକ୍ଷା ପରେ ତାଙ୍କ ରକ୍ତରେ ସୁଗାର ମାତ୍ରା ଅଧିକ ଥିବା ଏବଂ ଏସିଡର ହାଇ ଲେଭଲ ଥିବା ଜାଣିବାକୁ ପାଇଥିଲେ । ଏହାସହ ତାଙ୍କ ରକ୍ତରେ ରେଡ୍ ସେଲ୍ ସ, ହ୍ବାଇଟ୍ ସେଲ୍ ସ ଏବଂ ପ୍ଲେଟଲେଟସର ମାତ୍ରା ମଧ୍ୟ ବହୁତ କମ୍ ଥିଲା । ରକ୍ତ ପରୀକ୍ଷାର ଏଭଳି ରିପୋର୍ଟ ଦେଖି ଡାକ୍ତରମାନେ ରୋଗୀର ଡେଙ୍ଗୁ ପରୀକ୍ଷା କରାଇଲେ । ଏନଏସ୧ ଏଣ୍ଟିଜେନ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା ।ଏହା ପରେ ଦ୍ବିତୀୟ ଥର ଆରଟି-ପିସିଆର ପରୀକ୍ଷା କରାଗଲା । ସେଥିରେ ମଧ୍ୟ ଡେଙ୍ଗୁ ଭାଇରସ୍ ଥିବା ଜଣାପଡିଲା । ଜର୍ନାଲ ଅଫ୍ ଦ ଆସୋସିଏସନ ଅଫ୍ ଫିଜିସିଆନ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟରେ ଏମ୍ସର ଡାକ୍ତର କହିଛନ୍ତି ଯଦି କୌଣସି ସ୍ଥାନ କିମ୍ବା ଅଞ୍ଚଳରେ ଡେଙ୍ଗୁ ରୋଗ ଅଧିକ ବ୍ୟାପିଥାଏ ତେବେ ଏଭଳି ସ୍ଥାନରେ ରୋଗୀଙ୍କଠାରେ ଲ୍ୟୁକୋପିନିଆ ଅଥବା ହ୍ବାଇଟ୍ ସେଲ୍ ସ ଏବଂ ପ୍ଲେଟଲେଟସ କାଉଣ୍ଟରେ କମ୍ ରହିଥାଏ ।ତେଣୁ ଜ୍ବର ନହେଲେ ମଧ୍ୟ ରୋଗୀର ଡେଙ୍ଗୁ ପରୀକ୍ଷା କରିବା ଉଚିତ୍ । ଡାକ୍ତରଙ୍କ ସୂଚନା ଅନୁସାରେ ଯେଉଁମାନେ  ଜ୍ବର ନଥାଇ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ବୟସ୍କ ହୋଇଥାନ୍ତି ଅଥବା ପୂର୍ବରୁ ଡାଇବେଟିସ, ଇମ୍ୟୁନିଟି ଜନିତ ସମସ୍ୟା ଲଢୁଥିବା ରୋଗୀ ହୋଇଥାନ୍ତି । କିଛି ବର୍ଷ ହେବ ଦିଲ୍ଲୀରେ ଡେଙ୍ଗୁ ବହୁଳଭାବେ ବ୍ୟାପୁଛି । ଏହି ସବୁ ଲକ୍ଷଣ ପ୍ରତି ଦିଅନ୍ତୁ ଧ୍ୟାନ :
  • ବିନା କାରଣରେ ବହୁତ ଦୁର୍ବଳ ବା ହାଲିଆ ଲାଗିବା
  • ବ୍ଲଡ୍ ପ୍ରେସର ବହୁତ କମ୍ ହୋଇଯିବା
  • ରକ୍ତରେ ଥିବା ପ୍ଲେଟଲେସର ସଂଖ୍ୟା ବହୁତ କମ୍ ହୋଇଯିବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.