ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କରୋନା ଆଲର୍ଟ ! ପାର୍ବଣରେ ଏତିକି ସପ୍ତାହ ରୁହନ୍ତୁ ସାବଧାନ, ନହେଲେ ବିଗିଡିବ ସ୍ଥିତି, ସତର୍କ କରାଇଲେ ଡ.ଗୁଲେରିଆ

1/10/2021 at 8:07 PM

ନୂଆଦିଲ୍ଲୀ ୦୧।୧୦: ଅକ୍ଟୋବରରେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗାମୀ ଛଅରୁ ଆଠ ସପ୍ତାହ ପର୍ଯ୍ୟନ୍ତ ସତର୍କ ଏବଂ ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ଯାଇ କରୋନାର ମୋଟ୍ ମାମଲାରେ ହ୍ରାସ ଦେଖିବାକୁ ମିଳିବ। ସେ ପର୍ଯ୍ୟନ୍ତ ଆମକୁ ସାବଧାନ ରହିବାକୁ ପଡିବ ବୋଲି ଶୁକ୍ରବାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଦିଲ୍ଲୀର ନିର୍ଦ୍ଦେଶକ ଡ.ଗୁଲେରିଆ କହିଛନ୍ତି।

ସେ କହିଛନ୍ତି, କରୋନା ସଂପର୍କିତ ଟିକାକରଣ ଏବଂ ଭ୍ୟାକ୍ସିନର ସମସ୍ତ ତଥ୍ୟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)କୁ ପଠାଇ ଦିଆଯାଇଛି। ଆଶା କରାଯାଉଛି ଡବ୍ଲ୍ୟୁଏଚଓରୁ ଏହି ଭ୍ୟାକ୍ସିନର ଜରୁରୀକାଳୀନ ମାନ୍ୟତା ମିଳିବ ବୋଲି ଡ.ଗୁଲେରିଆ କହିଛନ୍ତି। ପାର୍ବଣ ଋତୁରେ ସାବଧାନ ନରହିଲେ ସ୍ଥିତି ଜଟିଳ ହୋଇପାରେ ସତର୍କ କରାଇଛନ୍ତି ଗୁଲେରିଆ।

ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନାହିଁ। ଗତ ୨୪ ଘଣ୍ଟାରେ କରୋନାର ୨୬ ହଜାର ୭୨୭ ନୂତନ ମାମଲା ସାମ୍ନାକୁ ଆସିଛି। ସେହି ପରି ୨୭୭ ଜଣଙ୍କ ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ୨୮  ହଜାର ୨୪୬ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ବଢି ତିନି କୋଟି ୩୦ ଲକ୍ଷ ୪୩ ହଜାର ୧୪୪କୁ ବୃଦ୍ଧି ଘଟିଛି। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୨୨୪ ରହିଛି। ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ତିନି କୋଟି ୩୭ ଲକ୍ଷ ୬୬  ହଜାର ୭୦୭ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ମହାମାରୀ କରୋନାରେ ଏ ପର୍ଯ୍ୟନ୍ତ ଚାରି ଲକ୍ଷ ୪୮ ହଜାର ୩୩୯ ଜଣଙ୍କ ପ୍ରାଣହାନୀ ଘଟିଛି।

   Related Posts