ଏଡ୍‌ସରେ ଆଖି ବୁଜିବାରୁ ଶବକୁ ମିଳିଲାନି ଶ୍ମଶାନ, ଅନ୍ତିମ ସଂସ୍କାର କଲେ ସ୍ବେଚ୍ଛାସେବୀ : ବାପା-ମା ଯିବା ପରେ ଏବେ ୩ ପିଲା ବେସାହାରା

Published By : Prameya-News7 Bureau | August 24, 2020 IST

ବାଲେଶ୍ୱର ୨୪।୦୮: ଏଡ୍‌ସ ରୋଗରେ ମୃତ୍ୟୁବରଣ କରିଥିବାରୁ,  ଶବକୁ ଗାଁରେ ପୂରାଇ ଦଲେନି ଗ୍ରାମବାସୀ । ବାଲେଶ୍ବରର କିଛି ସ୍ବେଚ୍ଛାସେବୀ ସହର  ଭିତରେ କଲେ ଶବ ସତ୍କାର । ସେପଟେ ଏବେ ବାପା ଆଖି ବୁଜିଥିବା ବେଳେ, ମାଆ ମଧ୍ୟ  ବର୍ଷକ ତଳୁ ଆରପାରିରେ ।  ଏବେ  ୩ ପିଲା ଅନାଥ ହୋଇଯାଇଛନ୍ତି । 

{"id":319260,"sizeSlug":"large"}

ଶବକୁ ଶ୍ମଶାନ ମନା । ବାଲେଶ୍ବର ନୀଳଗିରି ଡମ୍ବୁରୁ ଘାଟୀ  ଗାଁ ମଶାଣିକୁ ଶବ ପୂରାଇ ଦେଲେନି ଲୋକେ । କାରଣ ପ୍ରାଣ ହରାଇଥିବା ଏ ବ୍ୟକ୍ତି ଥିଲେ ଏଡ୍‌ସରେ ଆକ୍ରାନ୍ତ । ଗାଁ ଲୋକେ, ପଡ଼ୋଶୀ  ସିନା ମଣିଷ ପଣିଆ ଭୁଲିଗଲେ । ହେଲେ ସହାୟତା ପାଇଁ ଆଗେଇ ଆସିଲେ କିଛି ସ୍ବେଚ୍ଛାସେବୀ । ବାଲେଶ୍ବର ସହରର ଆଇଟିଆଇ ପାଖ ମଶାଣିରେ ହେଲା ଅନ୍ତିମ ସଂସ୍କାର । ୮ ବର୍ଷର ନାବାଳକ ପୁଅ ଦେଲା ମୁଖାଗ୍ନି ।

{"id":319261,"sizeSlug":"large"}

ମୃତ ବ୍ୟକ୍ତିଙ୍କ ୩ ଜଣ ପିଲା ବାପାଙ୍କୁ  ଗତ ୧୫ ତାରିଖରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶନିବାର ରାତିରେ ଆଖି ବୁଜିଦେଲେ ସେ । ଏବେ ଏଇ ୩ ଛୋଟ ଭାଇ-ଭଉଣୀଙ୍କ ଦେଖାଶୁଣା ପାଇଁ କେହି ନାହାଁନ୍ତି । କାରଣ ବର୍ଷକ ତଳେ ମାଆ ମଧ୍ୟ ଏଡ୍‌ସରେ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.