AICC ଶୃଙ୍ଖଳା କମିଟିର ଆକ୍ସନ, ଚିରଞ୍ଜୀବି ଓ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍
28/05/2023 at 2:39 PM

ଭୁବନେଶ୍ୱର ୨୮।୦୫ : କଂଗ୍ରେସ ନେତା ଚିରଞ୍ଜୀବି ବିଶ୍ବାଳ ଓ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍। କଂଗ୍ରେସର ଏହି ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ୍ ଜାରି କରିଛି AICC ଶୃଙ୍ଖଳା କମିଟି। ରାଜ୍ୟ ନେତୃତ୍ବକୁ ପ୍ରଶ୍ନ ଉଠାଇଥିବା ଅଭିଯୋଗରେ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି।
ସେପଟେ ଚିରଞ୍ଜୀବି ଓ ମୋକିମ ଙ୍କୁ AICC କାରଣ ଦର୍ଶାଅ ନୋଟିସ୍ ବାବଦରେ କିଛି ଜାଣିନଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଯାହା ଅଭିଯୋଗ ଥିଲା ତାକୁ ଆମେ AICC କୁ ପଠେଇ ଦେଇଥିଲୁ। AICC ଯାହା ନିଷ୍ପତ୍ତି ନେଇଥିବ। ବିଶୃଙ୍ଖଳିତ ଆଚରଣ ଯିଏବି କରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇକମାଣ୍ଡଙ୍କ ନିଷ୍ପତି। ସେ ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି ପିସିସି ସଭାପତି।
ସୂଚନାଯୋଗ୍ୟ ଯେ, ମେ ୮’ରେ ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ “ଜାନକୀ – ବସନ୍ତ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ” ଶୀର୍ଷକ ଆଲୋଚନା ଚକ୍ରରେ ଦଳ ବିରୋଧୀ ମନ୍ତବ୍ୟ ଖୋଲା ମଞ୍ଚରେ ଦେଇଥିବା ଅଭିଯୋଗ ହୋଇଥିଲା।
You Can Read :